-
ରାଷ୍ଟ୍ର ପାଇଁ ଶହୀଦ ସରୋଜ କୁମାର ଦାସଙ୍କ ସେବା ଓ ସମର୍ପଣ ଭାବନା ସ୍ମରଣୀୟ ହୋଇ ରହିବ- ଧର୍ମେନ୍ଦ୍ର ପ୍ରଧାନ
-
ଶହୀଦ ସରୋଜ କୁମାର ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କଲେ କେନ୍ଦ୍ରମନ୍ତ୍ରୀ
ଢେଙ୍କାନାଳ, କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ କେନ୍ଦୁଢ଼ିପ ଗାଁରେ ଶହୀଦ ଯବାନ ସରୋଜ କୁମାର ଦାସଙ୍କ ବାସଭବନକୁ ଯାଇ ତାଙ୍କର ପରିବାର ସଦସ୍ୟଙ୍କୁ ଭେଟି ସମବେଦନା ଜଣାଇଛନ୍ତି ।
ଶହୀଦ ସରୋଜ କୁମାର ଦାସଙ୍କ ଫଟୋଚିତ୍ରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହ ଶ୍ରୀ ପ୍ରଧାନ ଟ୍ୱିଟ୍ କରି କହିଛନ୍ତି ଯେ ସେ ଏହି ଅଞ୍ଚଳର ବୀରପୁତ୍ର ଥିଲେ । ରାଷ୍ଟ୍ର ପାଇଁ ତାଙ୍କର ସେବା କାର୍ଯ୍ୟ, ସମର୍ପଣ ଭାବନା ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ଅମର ଆତ୍ମାର ସଦଗତି କାମନା କରୁଛି ।