ଭୁବନେଶ୍ୱର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରବିବାର ଦିନ କନକେଶ୍ୱର ମହାଦେବ ମନ୍ଦିରରେ ଦର୍ଶନ କରିଛନ୍ତି । ସେହିପରି ସେ ଦୁର୍ଗାଙ୍କ ମହାଷ୍ଟମୀରେ ସାଉଥ ବଲଣ୍ଡା ଦୁର୍ଗା ମଣ୍ଡପ ଠାରେ ମା’ଙ୍କ ପୂଜାର୍ଚ୍ଚନା କରିଛନ୍ତି ।
ଶ୍ରୀ ପ୍ରଧାନ ନିଜେ ସୋସିଆଲ ମିଡିଆ ଜରିଆରେ ଏହି ସୂଚନା ଦେଇଛନ୍ତି ।
ସେ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ତାଳଚେର କର୍ଣ୍ଣପୁର ସ୍ଥିତ କନକେଶ୍ୱର ମହାଦେବ ମନ୍ଦିର ଓ ମା’ କନକ ଦୁର୍ଗା ମନ୍ଦିରରେ ଦର୍ଶନ କରିବାର ସୌଭାଗ୍ୟ ପ୍ରାପ୍ତ ହେଲା । ପ୍ରଭୁଙ୍କ ନିକଟରେ ଜଗତର କଲ୍ୟାଣ କାମନା କରୁଛି ।
ସେ ଆହୁରି କହିଛନ୍ତି, ଶକ୍ତି ସ୍ୱରୂପୀଣି ମା’ ଦୁର୍ଗାଙ୍କ ମହାଷ୍ଟମୀର ଶୁଭ ଅବସରରେ ନିଜ ଜନ୍ମମାଟିରେ ଅନୁଗୋଳ ଜିଲ୍ଲା ତାଳଚେର ସ୍ଥିତ ସାଉଥ ବଲଣ୍ଡା ଦୁର୍ଗା ମଣ୍ଡପ ଠାରେ ମା’ଙ୍କ ପୂଜାର୍ଚ୍ଚନା କରିବାର ସୌଭାଗ୍ୟ ଲାଭ କଲି । ମୋ ପାଇଁ ଆଜି ଏକ ଭଲ ଦିନ । ଏହି ଅଞ୍ଚଳ ସହ ମୋର ପରିବାରର ପ୍ରତ୍ୟକ୍ଷ ସମ୍ପର୍କ ରହିଛି । ମା’ଙ୍କ ନିକଟରେ ସମସ୍ତଙ୍କର ଉତ୍ତମ ସ୍ୱାସ୍ଥ୍ୟ ଓ ମଙ୍ଗଳ କାମନା କରୁଛି ।