ମାଲକାନଗିରି, ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖା ତରଫରୁ କୋରକୁଣ୍ଡା ବ୍ଲକ୍ ଅନ୍ତର୍ଗତ ସଦର ନୂଆଗୁଡ଼ା ପ୍ରାଥମିକ ବିଦ୍ୟାଳୟ ପରିସରରେ ଗାଁ ପାଇଁ ଦିନଟିଏ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ଉତ୍କଳ ସମ୍ମିଳନୀ ମାଲକାନଗିରି ଜିଲ୍ଲା ଶାଖାର ସଭାପତି ତଥା ମାଲକାନଗିରି ମହାବିଦ୍ୟାଳୟର ବାଣିଜ୍ୟ ବିଭାଗର ବିଭାଗୀୟ ମୁଖ୍ୟ, ଜିଲ୍ଲା ଯୁବ ରେଡକ୍ରସ୍ ର ଆବାହକ ଅଧ୍ୟାପକ ଡଃ. ରଞ୍ଜନ କୁମାର ସ୍ଵାଇଁ ସଭାପତିତ୍ଵ କରିଥିବା ବେଳେ ଏପିଲୋଜିଷ୍ଟ ଡାକ୍ତର ଦୁର୍ଗାପ୍ରସାଦ ରାଜ୍ ମୁଖ୍ୟବକ୍ତା ଓ ଶିକ୍ଷକ ନେତା ନୀଳକଣ୍ଠ ବେହେରା ସମ୍ମାନୀତ ଅତିଥିଭାବେ ଯୋଗଦେଇଥିଲେ। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦିଆ କବାସୀ, ଗ୍ରାମ ମୁଖିଆ କୃଷ୍ଣଚନ୍ଦ୍ର ମାଡ଼କାମୀ, ଗ୍ରାମବାସୀ ରଘୁନାଥ ମାଢି, ଗଙ୍ଗା ସୋଡ଼ି, ରବି ଗୋଲରୀ, ଲଚ୍ଛିରାମ ମାଡ଼ି, ସମରା ପଡ଼ିଆମି, ସଇତନ ମାଡି, ଦେବେ କବାସୀ, ସନାମଣୀ କବାସୀ, ଗାଙ୍ଗୀ ମାଡ଼କାମି, ଚନ୍ଦ୍ରମା ମାଡ଼କାମି, ମଙ୍ଗଳା କବାସୀ, ଛାତ୍ର ବିଶ୍ଵନାଥ ମାଡ଼କାମି ଓ ତ୍ରିନାଥ ଗୋଲରୀ ପ୍ରମୁଖ ଯୋଗଦାନ କରି କାର୍ଯ୍ୟକ୍ରମକୁ ସଫଳ କରିବାରେ ବିଶେଷ ସହଯୋଗ ପ୍ରଦାନ କରିଥିଲେ।
କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶାରଦୀୟ ଦୁର୍ଗାପୂଜା ଓ ନବରାତ୍ରୀ ପୂଜା ପାଳନ ଅବସରରେ ନିମନ୍ତ୍ରିତ ଅତିଥି, ଗ୍ରାମବାସୀ, ବିଦ୍ୟାଳୟର ପ୍ରଧାନ ଶିକ୍ଷକ, ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଗାଁ ଠାକୁରାଣୀ ମା ମାଉଲି ମନ୍ଦିର ଆଗରେ ପୂଜାର୍ଚ୍ଚନା କରାଯାଇ ବିଶ୍ଵଶାନ୍ତି ପାଇଁ ପ୍ରାର୍ଥନା କରାଯାଇଥିଲା। ତତ୍ ପରେ ସଭାପତି ଡଃ. ରଞ୍ଜନ ସ୍ଵାଇଁ, ମୁଖ୍ୟବକ୍ତା ଡାକ୍ତର ରାଜ ଓ ସମ୍ମାନୀତ ଅତିଥି ବେହେରା ସମବେତ ଜନତାଙ୍କୁ ଶିକ୍ଷା, ସ୍ଵାସ୍ଥ୍ୟ, ପରିବେଶ ସୁରକ୍ଷା, ନାଗରିକଙ୍କ ଅଧିକାର ଦାୟିତ୍ଵ ଓ କର୍ତ୍ତବ୍ୟ ସଂପର୍କରେ ଆଲୋଚନା ମାଧ୍ୟମରେ ସଚେତନ କରାଇଥିଲେ । ପରିଶେଷରେ ପ୍ରଧାନଶିକ୍ଷକ ବିଶ୍ଵନାଥ ମାଡ଼କାମୀ ଧନ୍ୟବାଦ ଅର୍ପଣ କରିଥିଲେ।