ସୁବର୍ଣ୍ଣପୁର, ବିଶ୍ଵ ଶାନ୍ତି ଓ ସୁବର୍ଣ୍ଣପୁରର କଲ୍ୟାଣ ପାଇଁ ଆୟୋଜିତ ସୁବର୍ଣ୍ଣପୁରର ଇଷ୍ଟ ଦେବୀ ମା ସୁରେଶ୍ଵରୀଙ୍କ ପୀଠରେ ସପ୍ତ ସତୀ ଚଣ୍ଡୀଯଜ୍ଞ ଚାଲିଛି। ମା ଙ୍କ ନବ ଦିନାତ୍ମକ ଦୁର୍ଗୋତ୍ସବ ଚଣ୍ଡୀଯଜ୍ଞର ଚଣ୍ଡୀ ପାଠ, ବେଦ ପାଠ, ମଙ୍ଗଳ ଆଳତୀ ପୂଜା ଵିଧି ଗତକାଲି ଅଷ୍ଟମ ଦିନରେ ପହଂଚିଥିବା ବେଳେ ସକାଳ ୬ଟା ରୁ ରାତି ୧୦ ଟା ଯାଏ ମା ଙ୍କ ବିବିଧ ବେଶ ଦର୍ଶନ ଓ ପୁରୀରୁ ନିମନ୍ତ୍ରିତ ବୈଦିକ ବ୍ରାହ୍ମଣଙ୍କ ବେଦ ପାଠ, ଚଣ୍ଡୀ ପାଠ ଶୁଣିବାକୁ ଏବଂ ମଣ୍ଡପ ରେ ବିରାଜ ମାନ ମନ୍ଦିର ମାଳିନୀ ସହରର ଅଷ୍ଠ ଶମ୍ଭୁ, ଅଷ୍ଟ ବିଷ୍ଣୁ, ଅଷ୍ଟ ଚଣ୍ଡୀ ଓ ଅଷ୍ଟ ହନୁମାନ ଦେବା ଦେବୀଙ୍କୁ ଦର୍ଶନ ପାଇଁ ସହର ତଥା ଦୂରଦୁରାନ୍ତର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି। ମା ଙ୍କ ଦାନ ବାକ୍ସ ଯଜ୍ଞ ମଣ୍ଡପରୁ ପ୍ରତ୍ୟହ ସକାଳେ ପୂଜା ହୋଇ ରାତି ୧୧ଟା ଯାଏ ଯଜ୍ଞ ମଣ୍ଡପ ଆଗରେ ରଖା ଯାଉଥିବା ବେଳେ ସ୍ଵଇଛାରେ ଜିଲ୍ଲା ଓ ଦୂର ଦୁରନ୍ତର ହଜାର ହଜାର ଭକ୍ତ ମାନେ ଦାନବାକ୍ସରେ ଆର୍ଥ ରାଶି ପ୍ରଦାନ କରୁଥିବା ଦେଖିବାକୁ ମିଳୁଛି।
ଆଜି ମା ଙ୍କ ପୀଠରେ ମହା ଅଷ୍ଟମୀ ତିଥିରେ ସୁବର୍ଣ୍ଣପୁର ସୁନା ମାଟିର ସୁଯୋଗ୍ୟ ସନ୍ତାନ ତଥା ମା ଙ୍କ ସୁରେଶ୍ଵରୀଙ୍କ ପରମ ଭକ୍ତ ଓଡିଶା ହାଇକୋର୍ଟର ଉଚ୍ଚତମ ନ୍ୟାୟଳୟର ବିଚାରପତି ତଥା ବର୍ତମାନ କଲିକତା ହାଇକୋର୍ଟର ବିଚାରପତି ଜଷ୍ଟିସ ଚିତ୍ତରଞ୍ଜନ ଦାଶ ଓ ରାଜ୍ୟ ସ୍ଵାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ ପହଁଚି ମା ଙ୍କୁ ଦର୍ଶନ କରି ମା ଙ୍କ ବିଭୁ କୃପାଲାଭ କରିଛନ୍ତି। ଏବଂ ମନ୍ଦିରର ଉନ୍ନତି ଲାଗି ଯଜ୍ଞ କମିଟି, ମନ୍ଦିର କମିଟି ସହିତ ଆଲୋଚନା କରିଛନ୍ତି। ଅଷ୍ଟମୀ ସନ୍ଧ୍ୟା ଆଳତୀରେ ମା ଙ୍କ ଦର୍ଶନ ପାଇଁ, ମାଲେଶ୍ରୀ ଭଜନ ସଂଗୀତ ଶୁଣିବାକୁ, ମନ୍ଦିର ଓ ଯଜ୍ଞ ପୀଠରେ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଥିଲା। ପ୍ରତ୍ୟକ ସନ୍ଧ୍ୟାରେ ମା ଖିରି, ପଣା ଓ ଅନ୍ନ ଭୋଗ ପାଇବାକୁ ମଧ୍ୟ ଭକ୍ତଙ୍କ ଖୁବ ଭିଡ଼ ହେଉଛି। ଯଜ୍ଞର ନୀତି ନିୟମ, ମନ୍ଦିରର ସ୍ଵଚ୍ଛତା, ଶାନ୍ତି ଶୃଙ୍ଖଳା ମାନିବାକୁ ଓ ଯଜ୍ଞରେ ପବ୍ଲିକ ପ୍ରଶାସନ ଓ ସବୁ ଭକ୍ତ ସାମିଲ ହେବାକୁ, ସହଯୋଗ କରିବାକୁ ସମସ୍ତଙ୍କୁ ଯଜ୍ଞ କମିଟି ପକ୍ଷରୁ ନିବେଦନ କରାଯାଇଛି।