
ବଲାଙ୍ଗୀର , ବଲାଙ୍ଗିର ର ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ପକ୍ଷରୁ ସାମ୍ବାଦିକ ଭବନ ଠାରେ ଫାଉଣ୍ଡେସନ ର ପ୍ରତିଷ୍ଠାତା ଅନିଲ ମୋଦିଙ୍କ ନେତୃତ୍ଵ ରେ ଏକ ସାମ୍ବାଦିକ ସମ୍ବିଳନୀ ଅନୁଷ୍ଠିତ ହୋଇଯାଇଛି l ଏଥିରେ ସଂଗଠନରେ ଆଗାମୀ ଦିନରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦିଆଯାଇଥିଲା l ଆସନ୍ତା ୦୪.୧୧.୨୦୨୩ ଶନିବାର ଦିନ ପାଟଣା ହୋଟେଲ ଛକ ଘଣ୍ଟା ଘର ପାଖରେ ନୂତନ ଏବଂ ପୁରାତନ ବସ୍ତ୍ର ବିତରଣ କାର୍ଯ୍ୟକ୍ରମ, ୦୫.୧୧ .୨୦୨୩ ରବିବାର ଏକ ମାଗଣା ଆୟୁର୍ବେଦିକ ଚିକିତ୍ସା ଶିବିର ଏବଂ ଔଷଧ ବିତରଣ କଂସାରୀ ପଡା ଆର୍ ଏମ୍ ସି ଅଫିସ ପାଖରେ ହେବ, ଏଥିରେ ସ୍ତ୍ରୀ ରୋଗ, ଶିଶୁ ରୋଗ ଏବଂ ମେଡିସିନ ଡାକ୍ତର ପରୀକ୍ଷା କରି ମାଗଣା ଔଷଧ ଦେବେ l ସବୁଠାରୁ ଅଭିନବ କାର୍ଯ୍ୟକ୍ରମ ହେଲା ଆଗାମୀ ୧୧.୧୨.୨୦୨୩ ବଲାଙ୍ଗୀରରୁ ଟ୍ରେନ ଯୋଗେ ଅସ୍ଥି ନେଇ ପ୍ରୟାଗରାଜରେ ହିନ୍ଦୁ ବିଧି ଅନୁଯାଇ ପୂଜା କରି ସାମୁହିକ ଅସ୍ଥି ବିସର୍ଜନର କାର୍ଯ୍ୟକ୍ରମ ରହିଛି l ୦୧.୧୨.୨୦୨୩ ରୁ ୦୭.୧୨.୨୦୨୩ ପର୍ଯ୍ୟନ୍ତ ଅସ୍ଥି ସଂଗ୍ରହ କରି ରାଣୀବନ୍ଧ ପାଖରେ ରଖା ଯିବ l ସହଯୋଗ ଫାଉଣ୍ଡେସନର ଉପେଦେଷ୍ଟା ମୋହନ ଅଗ୍ରୱାଲ, ପ୍ରତିଷ୍ଠାତା ସଦସ୍ୟ ଆର୍ତତ୍ରାଣ ପାଢୀ, ଡି ଆର୍ ପଞ୍ଚାନନ ପ୍ରଧାନ, ସି.ଏ ଶ୍ରୀକାନ୍ତ ଶର୍ମା, ଇଂ. ପ୍ରଦୀପ ଲାଲ, ସନ୍ତୋଷ ଲାଲ, ଋକମା ଅଗ୍ରୱାଲ, ଅନିତା ଅଗ୍ରୱାଲ ,ପ୍ରଭାତ ଶ୍ରୀବାସ୍ତବ, ରାମ ନାରାୟଣ ଦାଶ, ଶୁଭଦିତା ଗୁରୁ, ସୁଦୀପ୍ତ ତ୍ରିପାଠି , ମନୋଜ ଅଗ୍ରୱାଲ ଏବଂ ସମ୍ପାଦକ ପିଙ୍କି ମୋଦି ଯୋଗଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ l