ଭବାନୀପାଟଣା, କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରରେ ଆଜି ଶାନ୍ତି ଶୃଙ୍ଖ୍ରଳାର ସହ ମା ମାଣିକେଶ୍ବରୀଙ୍କ ଛତର ଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଶ୍ଵ ପ୍ରସିଦ୍ଧ ଛତର ଯାତ୍ରା ପାଇଁ ଭବାନୀପାଟଣା ସହରରେ ପ୍ରବଳ ଭିଡ଼ ଦେଖିବାକୁ ମିଲିଥିଲା। ଓଡିଶା ବାହାରର ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଥିଲା। ଭକ୍ତଙ୍କୁ ଦର୍ଶନ ଦେଇଛନ୍ତି ଇଷ୍ଟଦେବୀ ମା ମାଣିକେଶ୍ବରୀ। ଘୁମୁରା, ଘଣ୍ଟ ବାଜା ଓ ବିଭିନ୍ନ ବାଜାବାଦ୍ୟ ପ୍ରକମ୍ପିତ ହୋଇ ଉଠିଥିଲା।
ଭବାନୀପାଟଣା ସହରରେ ବର୍ଷକୁ ଥରେ ମା ମାଣିକେଶ୍ବରୀଙ୍କ ଛତରଯାତ୍ରା ଅନୁଷ୍ଠିତ ହୋଇଥାଏ। ଦେବୀଙ୍କ ପ୍ରତିକ ଛତରକୁ ଶ୍ରଦ୍ଧାଳୁ ମାନଙ୍କ ଜନ ସମୁଦ୍ର ଛୁଟି ଥାଏ। ମାନସିକ ଧାରୀ ମାନେ ଦେବୀଙ୍କ ଉଦ୍ଦେଶ୍ୟରେ ବଳି ଅର୍ପଣ କରିଥାନ୍ତି। ଭବାନୀପାଟଣା ସ୍ଥିତ ରାଜବାଟୀକାରେ ମା ମାଣିକେଶ୍ବରୀଙ୍କ ଏକ ଭବ୍ୟ ମନ୍ଦିର ରହିଛି। ଶାରଦୀୟ ପାର୍ବଣରେ ଅଷ୍ଟମୀ ନିଶାର୍ଧେ ଦେବି ଜେନା ଖାଲକୁ ଯାଇଥାନ୍ତି। ସେଠାରେ ଗୁପ୍ତ ପୂଜା ସମ୍ପନ୍ନ ହେବା ପରେ ପ୍ରାତଃ କାଳରେ ସେଠାରୁ ନିଜ ମନ୍ଦିରକୁ ପ୍ରତ୍ୟାଗମନ କରିଥାନ୍ତି। ମା ଙ୍କ ଦର୍ଶନ ନିମିତ୍ତ ରାସ୍ତାର ଦୁଇ ପାର୍ଶ୍ଵରେ ହଜାର ହଜାର ଦର୍ଶକ ଚାତକ ପରି ଅନେଇ ରହିଥାନ୍ତି। ମା ଙ୍କ ଛତର ଯାତ୍ରା ବିନା ବାଧାବିଘ୍ନରେ କିପରି ସମ୍ପୂର୍ଣ ହେବ, ସେଥିପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ତରଫରୁ ୧୨ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଥିଲା। ଆରକ୍ଷୀଙ୍କ ନିର୍ଦେଶ କ୍ରମେ ପୋଲିସ ଟିମ ମୁତୟନ ହୋଇଥାନ୍ତି। ଭବାନୀପାଟଣା ସ୍ଵାଗତ ଆଇ.ଟି.ଆଇ. ର ସଦସ୍ୟମାନେ ପାନୀୟ, ସେହିଭଳି ଅନେକ ଅନୁଷ୍ଠାନ ତରଫରୁ ବିଭିନ୍ନ ସେବା ଯୋଗାଇ ଥାନ୍ତି। ଜଳ ଓ ବିସ୍କୁଟ ବାଣ୍ଟି ଥିଲେ ଭକ୍ତ ମାନଙ୍କୁ। ଶାନ୍ତି ଶୃଙ୍ଖ୍ରଳାର ସହ ସମ୍ପନ୍ନ ହୋଇଥିଲା ମା ଙ୍କ ଯାତ୍ରା।