
ଭୁବନେଶ୍ୱର, ପୋଲିସ ସ୍ମୃତି ଦିବସରେ ସହିଦ ପୋଲିସମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ,କର୍ତ୍ତବ୍ୟ ପଥରେ ଦେଶ ପାଇଁ ଜୀବନ ଦେଇଥିବା ବୀର ପୋଲିସ କର୍ମଚାରୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଉଛି । ସମାଜ ପ୍ରତି ସେମାନଙ୍କର ସେବା ଓ ବୀରତ୍ୱ ସମସ୍ତଙ୍କ ପାଇଁ ପ୍ରେରଣା ଅଟେ । ଏହି ପୋଲିସ ସ୍ମୃତି ଦିବସରେ ଆମ ପୋଲିସ ଫୋର୍ସର ଅଦମ୍ୟ ଇଚ୍ଛାଶକ୍ତିକୁ ସାଲ୍ୟୁଟ ସହ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ।