ନୂଆଦିଲ୍ଲୀ, ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ) ଚନ୍ଦ୍ରଯାନ-3 ମିଶନର ସଫଳତା ଓ ଆଦିତ୍ୟ ଏଲ-1ର ପ୍ରକ୍ଷେପଣ ପରେ ଦେଶର ମହତାକାଂକ୍ଷୀ ଗଗନଯାନ ମିଶନରେ ନିଜର ପାଦ ଥାପିବାକୁ ପ୍ରସ୍ତୁତ ହୋଇଛି ।
ଭବିଷ୍ୟତର ମାନବ ସ୍ପେସ୍ ପ୍ରୋଗ୍ରାମକୁ ଦୃଷ୍ଟିରେ ରଖି ମହାକାଶଚାରୀଙ୍କ ସୁରକ୍ଷା ପରୀକ୍ଷା କରିବାକୁ ଇସ୍ରୋ ଆଜି ସକାଳୁ ମାନବ ବିହୀନ ବିମାନ ପରୀକ୍ଷା ଆରମ୍ଭ କରିଛି । ଇସ୍ରୋର ପରୀକ୍ଷଣ ଯାନ ଅର୍ବାଟ ମିଶନ-1 ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିଛି । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ ଇସ୍ରୋର ଏହି ମିଶନ ପାଇଁ ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ।