ଭୁବନେଶ୍ୱର, ଗତ ମଙ୍ଗଳବାର ଦିନ ମାନ୍ୟବର ସୁପ୍ରିମକୋର୍ଟର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ୱରେ ୫ଜଣିଆ ଖଣ୍ଡପୀଠ ସମଲିଙ୍ଗୀ ବିବାହ ଉପରେ ଯେଉଁ ରାୟ ଦେଇଛନ୍ତି ତାହାକୁ ଟିଜି ସୁରକ୍ଷା ଟ୍ରଷ୍ଟ ସ୍ୱାଗତ କରିଛି ।ଏହାସହ ଆଗାମୀ ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ ରାଜ୍ୟସଭା ଓ ଲୋକସଭାରେ ବିଲ୍ ଆଣିବା ପାଇଁ ଟିଜି ସୁରକ୍ଷା ଟ୍ରଷ୍ଟ ଦାବି କରିବା ସହ ଲୋୟର ପିଏମ୍ଜିରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଟିଜି ସୁରକ୍ଷା ଟ୍ରଷ୍ଟର ସଭାନେତ୍ରୀ ମେନକା ପରିଡ଼ା କହିଛନ୍ତି ଯେ, ନ୍ୟାୟାଳୟ ସମଲିଙ୍ଗୀ ବିବାହକୁ ନେଇ ଆଇନ ପ୍ରସ୍ତୁତ କରିବା ଲାଗି କେନ୍ଦ୍ର ସରକାରଙ୍କୁ ମଧ୍ୟ ବର୍ତମାନର ସରକାରଙ୍କ ଠାରୁ ଆଶା କରିଛନ୍ତି । ଅନ୍ୟ ଦେଶରେ ସମଲିଙ୍ଗୀ ବିବାହ ସ୍ୱୀକୃତିପ୍ରାପ୍ତ ହୋଇଥିବା ବେଳେ ଆମ ଦେଶରେ ଏହାକୁ ଅପରାଧ ଭାବରେ ପରିଗଣିତ ହେଉଛି । ତେଣୁ ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହିହେବ ନାହିଁ ବୋଲି ସପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ନିଜ ପାଇଁ ଜୀବନସାଥୀ ଚୟନ କରିବାର ଅଧିକାର ସମସ୍ତଙ୍କ ପାଖରେ ରହିଛି । ଜୀବନ ସାଥୀ ବାଛିବା ପ୍ରତ୍ୟେକ ବ୍ୟକ୍ତିର ଏକ ପ୍ରମୁଖ ଅଂଶ । ଉଭୟ ସଂସଦରେ କିନ୍ନରମାନଙ୍କୁ ଏହି ଅଧିକାର ଦେଲେ କିନ୍ନର ସମାଜ ସୁରକ୍ଷିତ ଜୀବନଶୈଳୀ ବିତାଇ ପାରିବେ । ଏହା ସମସ୍ତ ସାଂସଦମାନଙ୍କୁ ସଂସଦ, ବିଧାନସଭାରେ ଆଣିବା ପାଇଁ ଅନୁରୋଧ କରୁଛୁ । ଏହି କାର୍ଯ୍ୟକ୍ରମରେ ଓଡ଼ିଶା କିନ୍ନର ସମାଜର ସୋନାଲି କିନ୍ନର, ପାୟଲ କିନ୍ନର, ମମତା କିନ୍ନର, ପୂଜା କିନ୍ନର, ସୁଇଟି ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।
Related Stories
November 23, 2024