
କେନ୍ଦ୍ରାପଡ଼ା – ରାଜ୍ୟସ୍ତରୀୟ କେନ୍ଦ୍ରାପଡା ପଲ୍ଲିଶ୍ରୀ ମେଳାର ପଂଚମ ଦିବସରେ ଜିଲ୍ଲା ଆଇନ୍ସେବା ପ୍ରାଧିକରଣ ପକ୍ଷରୁ ସଚେତନ ଧର୍ମୀ ନାଟକ ମଂଚସ୍ଥ କରାଯାଇଥିଲା । ଆଇନ୍ ସମ୍ବନ୍ଧୀୟ ସଚେତନତ ଜାଗରଣ କରିବା ଓ ଆଇନ୍ସେବା ପ୍ରାଧିକରଣର ବିଭିନ୍ନ ଲୋକହୀତକର ଯୋଜନା ସମ୍ବନ୍ଧରେ ଅବଗତ ହେବା ଉଦେ୍ଧଶ୍ୟରେ ଏହି ନାଟକ ମଂଚସ୍ଥ କରାଯାଇଥିଲା । “ଏ କି ବିଚାର” ଏହି ନାଟକ ପ୍ରଦର୍ଶନକୁ ଜିଲ୍ଲା ଆଇନ୍ସେବା ପ୍ରାଧିକରଣର ଅଧ୍ୟକ୍ଷ ତଥା ଜିଲ୍ଲା ଓ ଦୈାରାଜଜ୍ ବାସୁଦେବ ପଣ୍ଡା ଆନୁÂାନିକ ଭାବେ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ସମସ୍ତ ବିଚାରପତିଙ୍କ ସମେତ ଆଇନ୍ ସେବା ପ୍ରାଧିକରଣର ସଚିବ ମଳୟ କୁମାର ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗ ଉପନିଦେ୍ର୍ଧଶକ ଚନ୍ଦ୍ରକାନ୍ତ ନାୟକ, ସରକାରୀ ଓକିଲ ନିରଂଜନ ବଳ ପ୍ରମୁଖ ଉପସ୍ଥିତ ଥିଲେ ।