କୋଲକାତା,ବଢିଲା ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ସାଂସଦ ମହୁଆ ମୋଇତ୍ରାଙ୍କର ସଙ୍କଟ । ଅଦାନୀ ଗ୍ରୁପର ପ୍ରତିଦ୍ୱନ୍ଦ୍ୱି ଶିଳ୍ପପତି ଦର୍ଶନ ହୀରାନନ୍ଦନୀଙ୍କ ଠାରୁ କୋଟି କୋଟି ଟଙ୍କା ଓ ଦାମୀ ଉପହାର ନେଇ ସଂସଦରେ ପ୍ରଶ୍ନ ପଚାରିବା ଘଟଣାରେ ନୂଆ ମୋଡ଼ ଆସିଛି । ହୀରାନନ୍ଦିନୀ ଏହି ଆରୋପକୁ ଠିକ୍ କହିବା ସହ ସ୍ୱୀକାର କରିବା ପରେ ଏବେ ମହୁଆଙ୍କର ସଙ୍କଟ ବଢିଛି । ଏହି ଖୁଲାସା ପରେ ମାଇତ୍ରାଙ୍କ ପାର୍ଟି ତୃଣମୂଳ କଂଗ୍ରେସ ବ୍ୟାକଫୁଟକୁ ଠେଲି ହୋଇଯାଇଛି । ଅନ୍ୟପଟେ ମହୁଆ ଦାବି କରି କହିଛନ୍ତି ଯେ, ବିଜେପି ଚାପରେ ହୀରାନନ୍ଦିନୀ ଏଭଳି କହୁଛନ୍ତି ।
ଲୋକସଭା ଅଧ୍ୟକ୍ଷ ଓମ୍ ବିର୍ଲା ଏହାକୁ ଗମ୍ଭୀର ଭାବେ ନେଇଛନ୍ତି । ସେ କହିଛନ୍ତି ଯେ, ଲାଂଚ ନେଇ ସଂସଦରେ ପ୍ରଶ୍ନ ପଚାରିବା ଏକ ଗମ୍ଭୀର ଅଭିଯୋଗ ଅଟେ ।