
ନୂଆଦିଲ୍ଲୀ, କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ, ନେଶନାଲ କୋ-ପରେଟିଭ୍ କଞ୍ଜ୍ୟୁମର୍ସ ଫେଡେରେଶନ ଅଫ ଇଣ୍ଡିଆ ଲିମିଟେଡ୍ (ଏନସିସିଏଫ) ବର୍ଷ ୨୦୨୭-୨୮ ପର୍ଯ୍ୟନ୍ତ ୫୦ ହଜାର କୋଟି ଟଙ୍କାର ଟର୍ଣ୍ଣ ଓଭର ପ୍ରାପ୍ତ କରି ଆତ୍ମନିର୍ଭରଶୀଳ ହେବା ଆବଶ୍ୟକ ।
ଶ୍ରୀ ଶାହ ଶୁକ୍ରବାର ନୂଆଦିଲ୍ଲୀରେ ଏନସିସିଏଫର ନିର୍ଦ୍ଦେଶକ ମଣ୍ଡଳିକୁ ସମ୍ବୋଧିତ କରି କହିଛନ୍ତି ଯେ, ଏନସିସିଏଫକୁ ସମଗ୍ର ଦେଶରେ ପ୍ରାଥମିକ କୃଷି ଋଣ ସମିତି (ପ୍ୟାକ୍ସ) ଏବଂ ଅନ୍ୟ ସହକାରୀ ସଂସ୍ଥାଗୁଡିକୁ ନିଜର ସଦସ୍ୟ କରିବା ଉପରେ ଗୁରୁତ୍ଵ ଦେବା ଆବଶ୍ୟକ । ଯାହାଦ୍ଵାରା ଏହା ସୁନିଶ୍ଚିତ ହେବ ଯେ, ଏନସିସିଏଫର ଅଂଶ ପୁଞ୍ଜିରେ ସହଯୋଗର ଅନୁପାତ ଅପେକ୍ଷାକୃତ ଅଧିକ ହେବ ।
ଶ୍ରୀ ଶାହ କହିଥିଲେ ଯେ, ଏନସିସିଏଫକୁ ଆତ୍ମନିର୍ଭର ସହଯୋଗୀ ସଂସ୍ଥା କରିବା ପାଇଁ ଆଗାମୀ ୧୦ ବର୍ଷର ଏକ ରୋଡମ୍ୟାପ ତିଆରି କରିବା ଆବଶ୍ୟକ । ସେ କହିଥିଲେ ଯେ, ଏହାକୁ ତ୍ଵରାନ୍ବିତ କରିବାରେ ସହଯୋଗୀ ମନ୍ତ୍ରଣାଳୟ ନିଜର ପୂର୍ଣ୍ଣ ସହଯୋଗ ଦେଇପାରିବ । ଏନସିସିଏଫ ଦ୍ଵାରା ନିଜର ସହଯୋଗୀ କମ୍ପାନୀ ଗୁଡିକ ସହିତ ଇଥେନଲ୍ ର ଉତ୍ପାଦନ ପାଇଁ ଗୁଜୁରାଟ, ବିହାର ଏବଂ ଅନ୍ୟ ରାଜ୍ୟର ଚାଷୀ ମାନଙ୍କ ଠାରୁ ମକ୍କା କିଣିବାକୁ ସୁନିଶ୍ଚିତ କରିବା ଉପରେ ସେ ବିଶେଷ ଗୁରୁତ୍ଵାରୋପ କରିଥିଲେ ।