ବଲାଙ୍ଗିର, ବଲାଙ୍ଗିର ମ୍ୟୁନିସିପାଲିଟି ପକ୍ଷରୁ ଚଳିତ ବର୍ଷ ସହର ମଧ୍ୟରେ ହେଉଥିବା ଦୁର୍ଗା ପୂଜା ମେଢ଼ ମାନଙ୍କ୍ ପାଇଁ ଏକ ନିଆରା ପଦକ୍ଷେପ ଗ୍ରହଣ କରାଯାଇଥିବା ଦେଖିବାକୁ ମିଳିଛି । ପୌରାଂଚଳର ଦୁର୍ଗାପୂଜା କମିଟି ଗୁଡ଼ିକର ସଦସ୍ୟଙ୍କ ସହ ଗତକାଲି ଏକ ସ୍ୱତନ୍ତ୍ର ବୈଠକରେ ପୌରପରିଷଦ ଆଲୋଚନା କରିଛି । ଶାରଦୀୟ ଦୁର୍ଗାପୂଜା ସମୟରେ ସମସ୍ତ ପ୍ରକାର ବିଧି ବ୍ୟବସ୍ଥାରେ ପୌର ପରିଷଦ ପକ୍ଷରୁ ଯଥୋଚିତ ସହଯୋଗ ପ୍ରଦାନ କରାଯିବାକୁ ବୈଠକରେ ପୌର ଅଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ ଏବଂ କାର୍ଯ୍ୟନିର୍ବାହୀ ଅଧିକାରୀ କହିଥିବା ବେଳେ ଦଶହରା ପୂଜା ସମୟରେ ସାରା ସହରର ସାନିଟାଇଜେସନ୍ ଉପରେ ବିଶେଷ ଦୃଷ୍ଟି ଦିଆଯିବ ବୋଲି କୁହାଯାଇଛି । ତେବେ ପ୍ରଥମ ଥର ପାଇଁ ଶାରଦୀୟ ପୂଜା ପୂର୍ବରୁ ଦୁର୍ଗାପୂଜା କମିଟି ଗୁଡ଼ିକ ସହ ପୌର ପରିଷଦ ଆଲୋଚନା କରି ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ କରିବାକୁ ହାତ ବଢ଼ାଇଥିବାରୁ ପୂଜା କମିଟିର ସଦସ୍ୟ ମାନେ ଉପସ୍ଥିତ ରହି ଏଭଳି ପୌରସଂସ୍ଥା ସହଯୋଗ ଦେଖାଇ ଥିବାରୁ ସେମାନଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି ।
Related Stories
November 23, 2024