ବଲାଙ୍ଗିର, ବଲାଙ୍ଗିର ସମଲେଇ ମନ୍ଦିରରେ ଓ ଦୁର୍ଗା ମନ୍ଦିରରେ ଆଜି ହୋଇଛି ମା’ଙ୍କ ସ୍କନ୍ଦମାତା ବେଶ । ମା’ ଯଶସ୍ଵିନୀ ସ୍କନ୍ଦମାତା ରୂପରେ ଆଜି ଭକ୍ତମାନଙ୍କୁ ଦେବୀ ପୀଠରେ ଦର୍ଶନ ଦେଇଛନ୍ତି । ମା’ଙ୍କ ସ୍କନ୍ଦମାତା ବେଶ ସମ୍ପର୍କରେ ପୌରାଣିକ କଥାବସ୍ତୁରୁ ଜଣାଯାଇଛି।
ମାତା ଦୁର୍ଗାଙ୍କର ପଞ୍ଚମ ସ୍ଵରୂପର ନାମ ସ୍କନ୍ଦମାତା । କୁମାର କାର୍ତ୍ତିକେୟଙ୍କର ଅନ୍ୟ ନାମ ସ୍କନ୍ଦ । ପ୍ରସିଦ୍ଧ ଦେବାସୁର ଯୁଦ୍ଧରେ ସେ ଦେବତାମାନଙ୍କର ସେନାପତି ହୋଇଥିଲେ । ପୁରାଣରେ ତାହାଙ୍କୁ କୁମାର ଓ ଶକ୍ତିଧର କହି ତାଙ୍କର ମହିମା ବର୍ଣ୍ଣନା କରାଯାଇଛି । ସେହି ଭଗବାନ ସ୍କନ୍ଦଙ୍କର ମାତା ହୋଇଥିବାରୁ ମା’ ଦୁର୍ଗାଙ୍କର ଏହି ପଞ୍ଚମ ସ୍ଵରୂପର ନାମ ସ୍କନ୍ଦମାତା ହୋଇଛି । ନବରାତ୍ରି ପୂଜାର ପଞ୍ଚମ ଦିବସରେ ଏହାଙ୍କର ଉପାସନା କରାଯାଏ ।