ତେଲଅଭିବ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ଇସ୍ରାଏଲର ରାଜଧାନୀ ତେଲଅଭିବରେ ପହଞ୍ଚିଛନ୍ତି । ଆମେରିକୀୟ ରାଷ୍ଟ୍ରପତି ତେଲ ଅଭିବ ବିମାନ ବନ୍ଦରରେ ଅବତରଣ କରିବାର କିଛି ମିନିଟ ପରେ ଗାଜା ଷ୍ଟ୍ରିପ ନିକଟ କିବୁତଜ କିସୁଫିମରେ ବିପଦ ଆଲର୍ଟ ସାଇରନ ବାଜିଥିଲା । ଏହା ପରେ ବାଇଡେନଙ୍କ ସୁରକ୍ଷା ଘେରାଉକୁ ବୃଦ୍ଧି କରାଯାଇଥିଲା।
ମିଡିଆ ରିପୋର୍ଟସ ମୁତାବକ ହମାସ ଓ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧରେ 4300ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ରାତିରେ ଗାଜା ହସ୍ପିଟାଲରେ ଆକ୍ରମଣ ପରେ ମଧ୍ୟପୂର୍ବରୁ ଉତ୍ତେଜନା ଆହୁରି ବଢିଛି । ଏହାରି ଭିତରେ ବାଇଡେନଙ୍କ ଗସ୍ତ ଇସ୍ରାଏଲ ପ୍ରତି ତାଙ୍କ ସମର୍ଥନ ଓ ଏକତାକୁ ଦର୍ଶାଉଛି । ସଂଘର୍ଷକୁ ରୋକିବା ପାଇଁ କୂଟନୀତି ପ୍ରୟାସ ବିଫଳ ହୋଇଛି। ଜୋର୍ଡାନର ଓମାନରେ ଆମେରିକାର ରାଷ୍ଟ୍ରପତି ବାଇଡେନଙ୍କ ସହ ଆରବ ନେତାଙ୍କ ସମ୍ମିଳନୀ ମଧ୍ୟ ବାତିଲ କରାଯାଇଛି।