କାଠମାଣ୍ଡୁ, ଭାରତ ସରକାରଙ୍କ ପକ୍ଷରୁ ଚାଲିଥିବା ଅପରେସନ ଅଜୟ ମାଧ୍ୟମରେ ଭାରତୀୟ ମାନଙ୍କ ସହିତ ନେପାଳର ନାଗରିକମାନଙ୍କୁ ମଧ୍ୟ ଯୁଦ୍ଧ ପ୍ରଭାବିତ ଅଂଚଳରୁ ସୁରକ୍ଷିତ ଭାବେ ଫେରାଇ ଅଣାଯାଇଥିବାରୁ ନେପାଳ ସରକାର ଭାରତ ପ୍ରତି କୃତଜ୍ଞତା ଜଣାଇଛନ୍ତି ।
ନେପାଳର ବୈଦେଶିକ ମନ୍ତ୍ରୀ ଏନ.ପି. ସାଉଦ ଭାରତୀୟ ବୈଦେଶିକ ମନ୍ତ୍ରୀ ଡଃ. ଏସ. ଜୟଶଙ୍କରଙ୍କୁ ସମ୍ବୋଧିତ କରି ଅପରେସନ ଅଜୟ ମାଧ୍ୟମରେ ନେପାଳୀ ନାଗରିକ ମାନଙ୍କୁ ସୁରକ୍ଷିତ ଭାବେ ଫେରାଇ ଆଣିଥିବାରୁ କୃତଜ୍ଞତା ବ୍ୟକ୍ତ କରିଛନ୍ତି । ସାମାଜିକ ଗଣମାଧ୍ୟମ ଏକ୍ସ ହେଣ୍ଡେଲରେ ଭାରତୀୟ ବୈଦେଶିକ ମନ୍ତ୍ରୀଙ୍କ ସେହି ପୋଷ୍ଟ ଉପରେ ନେପାଳର ବୈଦେଶିକ ମନ୍ତ୍ରୀ ଧନ୍ୟବାଦ ଜଣାଇଛନ୍ତି । ଯେଉଁ ପୋଷ୍ଟରେ କି, ଜୟଶଙ୍କର ନେପାଳୀ ନାଗରିକମାନଙ୍କୁ ଇସ୍ରାଇଲରୁ ଦିଲ୍ଲୀ ଅଣାଯିବା ନେଇ ସୂଚନା ଦେଇଛନ୍ତି ।