
-
ସମଗ୍ର ଦେଶରେ ଗୋ ହତ୍ୟାକୁ ରୋକିବାକୁ ଚେଷ୍ଟା କରିବା ଦରକାର-ଆଚାର୍ଯ୍ୟ ଶ୍ରୀ ଈଶାପ୍ରିୟ
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଦିବ୍ୟ ସମାଗମ ର ଉଦଘାଟନ ସମାରୋହ, ପୁରୀ ତାଳବଣିଆ ଠାରେ ଅନୁଷ୍ଠିତ ହୋଇଯାଇଅଛି। ଏହି କାର୍ଯ୍ୟକ୍ରମର ପ୍ରଥମ ଦିନରେ ମୁଖ୍ୟ ଅତିଥି ରୂପେ ଗଜପତି ମହାରାଜା ଦିବ୍ୟସିଂହ ଦେବ, ବି.ବି ବୋଧୟାନ ସ୍ବାମୀ ମହାରାଜା ଆଚାର୍ଯ୍ୟ ଗୋପୀନାଥ ଗୌଡିୟ ମଠ, କମଳ ନୟନ ଦାସ ମହାରାଜ ଆଚାର୍ଯ୍ୟ ରାମଜନ୍ମ ଭୂମି ଅଯୋଧ୍ୟା, ଈଶାପ୍ରିୟ ସ୍ବାମୀ ମହାରାଜ ଶ୍ରୀକୃଷ୍ଣ ମଠ ଉଡୁପି , ଓ ରାମାନୁଜ ସଂପ୍ରଦାୟର ରାମାନୁଜ ଜିଆର ସ୍ବାମୀ ମହାରାଜା ପ୍ରମୁଖ ଯୋଗ ଦେଇଥିଲେ ।
କାର୍ଯ୍ୟକ୍ରମ ରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ନିଜ ବକ୍ତବ୍ୟରେ କହିଥିଲେ ବର୍ତ୍ତମାନ ସମୟରେ ସମସ୍ତେ ପାଶ୍ଚାତ୍ୟ ଦେଶମାନଙ୍କର ସଂସ୍କୃତି କୁ ଆମେ ଏତେ ଶୀଘ୍ର ଆପଣାଇବାରେ ଲାଗିଛେ, ଆମ ମହାନ ସଂସ୍କୃତିକୁ ଆମେ ଭୁଲିବାରେ ଲାଗିଛେ । କେବଳ ତାହା ନୁହେଁ ,ପାଶ୍ଚାତ୍ୟ ଶିକ୍ଷା , ଜୀବନଶୈଳୀକୁ ନିଜ ଜୀବନରେ ସାମିଲ କରିବାରେ ଲାଗିଛନ୍ତି। ସେଭଳି କରାଗଲେ ହିନ୍ଦୁ ଧର୍ମକୁ ଏକ ଆଦର୍ଶ ଧର୍ମ ଭାବେ ଗ୍ରହଣ କରିବା ଅସମ୍ଭବ । ପାଶ୍ଚାତ୍ୟ ଶିକ୍ଷା କୁ ଛାଡି ସ୍କୁଲ କଲେଜରେ ହିନ୍ଦୁ ଧର୍ମର ଶାସ୍ତ୍ର ପୁରାଣ କୁ ପାଠ୍ୟକ୍ରମ ହିସାବରେ ଅନ୍ତର୍ଭୁକ୍ତ କରାଗଲେ ଆମ ପରପୀଢୀ ଧର୍ମ ର ଜ୍ଞାନ ପାଇପାରିବେ । ଗୀତା, ଭାଗବତ ବେଦ ଇତ୍ୟାଦିର ଜ୍ଞାନ ବୃଦ୍ଧି ହେବା ସହିତ ଦେଶ ବିଶ୍ବଗୁରୁ ପାଲଟିବ ।
ଅଯୋଧ୍ୟା ମଠର କମଲ ନୟନ ଦାସ ମହାରାଜ କହିଥିଲେ, ହିନ୍ଦୁ ଧର୍ମ ପାଇଁ ଆମର ସମ୍ବିଧାନ କୁ ବଦଳାଇବା ଉଚିତ୍ । Article 30 ପରିପ୍ରେକ୍ଷୀରେ ଯେତେବେଳେ ସଂଖ୍ୟା ଲଘୁ ସଂପ୍ରଦାୟର ଛାତ୍ରଛାତ୍ରୀଙ୍କୁ ନିଜ ପାଠ୍ୟକ୍ରମ ରେ ସେମାନଙ୍କ ର ଧାର୍ମିକ ପୁସ୍ତକର ବିଷୟବସ୍ତୁ ଆଧାରରେ ପରୀକ୍ଷା ଓ ଚାକିରି ଦିଆ ଯାଇଛି ତାହେଲେ ହିନ୍ଦୁଙ୍କ ଉପରେ ଏହି ନିୟମ କାନୁନ ବ୍ୟବସ୍ଥା କାର୍ଯ୍ୟକାରୀ କାହିଁକି କରାଯାଉନାହିଁ। ଯାଦ୍ବାରାକି ହିନ୍ଦୁ ଧର୍ମର ବିକାଶ ଓ ପ୍ରସାର ହୋଇପାରୁନାହିଁ।
ଶ୍ରୀକୃଷ୍ଣ ମଠ,ଉଡୁପି ର ଆଚାର୍ଯ୍ୟ ଶ୍ରୀ ଈଶାପ୍ରିୟ ସ୍ବାମୀ ମହାରାଜ କହିଲେ କି ,ସମଗ୍ର ଦେଶରେ ଗୋ ହତ୍ୟାକୁ ରୋକିବାକୁ ଚେଷ୍ଟା କରିବା ଦରକାର। ଏଥିପାଇଁ ସରକାର ଅନେକ ଚେଷ୍ଟା ଜାରି ରଖିବା ସତ୍ବେ ଏହା ସଠିକ୍ କାର୍ଯ୍ୟକାରୀ ହୋଇପାରୁ ନାହିଁ। ଯେଉଁଥିପାଇଁ ଗୋମାତାଙ୍କୁ ହତ୍ୟା ଘଟଣା ପ୍ରତିଦିନ ସାମ୍ନାକୁ ଆସୁଛି । ଗୋ ବା ଗାଇ ହିନ୍ଦୁ ଧର୍ମ ରେ ଯାହାକୁ ମାଆ ବୋଲି କୁହାଯାଏ ତା’ର ଯତ୍ନ କରିବା ଆମ ସମସ୍ତଙ୍କ ର ଦାୟିତ୍ୱ ହେବା ଦରକାର ।
ଅନ୍ୟମାନେ ମଧ୍ୟ ହିନ୍ଦୁ ଧର୍ମର ବିକାଶ ତଥା ବିଶ୍ବ ଭାତୃତ୍ବ ବନ୍ଧନରେ ବାନ୍ଧି ହେବା ପାଇଁ ନିଜର ମତ ପ୍ରତିପୋଷଣ କରିଥିଲେ ।
ଏହି କାର୍ଯ୍ୟକ୍ରମରେ ପ୍ରାୟ ବିଭିନ୍ନ ଦେଶରୁ ଆସିଥିବା ପ୍ରାୟ ୫୦୦୦ ସାଧୁସନ୍ଥଙ୍କ ସହ ୩୦୦୦ ଭକ୍ତ ଓ ସାଧାରଣ ଜନତା ଯୋଗ ଦେଇଥିଲେ ।