କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସେସୁ ମିଟର ରିଡିଁ ଓ ବିଲ କଲେକ୍ସନ କର୍ମଚାରୀ ସଙ୍ଘ ପୁରୀ ତରଫରୁ ବିଦ୍ୟୁତ୍ ବିଭାଗ ସମ୍ମୁଖରେ ଧାରଣା ଦିଆଯାଇଥିଲା । TPCODL ବିଦ୍ୟୁତ୍ ବିଭାଗରେ ବିଭିନ୍ନ ଏଜେନ୍ସୀ ମାଧ୍ୟମ ରେ କାର୍ଯ୍ୟ କରୁଥିବା ମିଟର ରିଡର୍, ବିଲ କଲେକ୍ଟର, ଲାଇନ ମ୍ୟାନ, ହେଲପର, ଗ୍ରାହକ ସେବାକେନ୍ଦ୍ର ରେ କାର୍ଯ୍ୟ କରୁଥିବା କର୍ମଚାରୀ, ମିଟର ବସାଇବା କାର୍ଯ୍ୟ କରୁଥିବା କର୍ମଚାରୀ ମାନଙ୍କୁ ଓଡ଼ିଶା ଶ୍ରମ ଆଇନ ଅନୁଯାୟୀ ଦରମା ପ୍ରଦାନ ଓ ଇପିଏଫ ଡିପୋଜିଟ ରେ ଅସମାନତା ଦୁର କରିବା ବକେୟା ତେଲ ଟଙ୍କା ପ୍ରଦାନ ଓ ଏହି କର୍ମଚାରୀ ମାନଙ୍କ ସାମାଜିକ ସୁରକ୍ଷା ବିଷୟ ଆଦି ଦାବି ନେଇ ଦିଆଯାଇଥିବା ନୋଟିସ ଅନୁଯାୟୀ TPCODL ପୁରୀ ବିଦ୍ୟୁତ୍ ବିଭାଗ ସମ୍ମୁଖ ରେ ସଙ୍ଘ ତରଫରୁ ଧାରଣା କାର୍ଯ୍ୟକ୍ରମ କରାଯାଇଥିଲା । ବରିଷ୍ଠ ଶ୍ରମିକ ନେତା ତଥା ସଙ୍ଘର ସଭାପତି ଶ୍ରୀକାନ୍ତ ପରିଜା, ଭୀମସେନ ସ୍ୱାଇଁ, ଷ୍ଟାଲିନ ପାଇକରାୟ,ପବିତ୍ର ମୋହନ ଦଳେଇ ଙ୍କ ନେତୃତ୍ୱରେ ଆନ୍ଦୋଳନ କରାଯାଇଥିଲା |ଆନ୍ଦୋଳନ ଚାଲିଥିବା ସମୟ ରେ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ TPCODL HR ସୁସମ୍ବିତ୍ ସାହୁ ଓ ଡ଼ିଭିଜନ ମ୍ୟାନେଜର ସ୍ମୃତି ରଞ୍ଜନ ସ୍ୱାଇଁ ଆଲୋଚନା ପାଇଁ କର୍ମଚାରୀ ମାନଙ୍କୁ ନିମନ୍ତ୍ରଣ କରିଥିଲେ | ଏହାପରେ ଆଲୋଚନା କରାଯାଇଥିଲା ଏଥିରେ HR ସୁସମ୍ବିତ୍ ସାହୁ ଓ ଡ଼ିଭିଜନ ମ୍ୟାନେଜର ସ୍ମୃତିରଞ୍ଜନ ସ୍ୱାଇଁ, ଭବାନୀ ମିଶ୍ର କର୍ମଚାରୀ ମାନଙ୍କ ତରଫରୁ ସଭାପତି ଶ୍ରୀକାନ୍ତ ପରିଜା, ସାଧାରଣ ସମ୍ପାଦକ ନୃସିଂହ ଚରଣ ଦାସ, କୋଷାଧ୍ୟକ୍ଷ ଶେଖ ଆଜାଦ, ଶରତ ଜେନା, ଶେଷଦେବ ରାୟ, କାର୍ତ୍ତିକ ନାୟକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଏହି ବୈଠକରେ ପିଲାମାନଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଗଲା ଯେ କୁଶଳୀ ଦରମା ପ୍ରଦାନ ବିଷୟ ହେଡ ଅଫିସ ସହିତ ଆଲୋଚନା କରାଯାଇ ଶୀଘ୍ର ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରତିଶୃତି ପ୍ରଦାନ୍ କରିଥିଲେ ଏବଂ ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ଉପରିସ୍ଥ ଅଧିକାରୀଙ୍କ ସହ ଆଲୋଚନା କରି ସମାଧାନ କରିବା ପାଇଁ ସମ୍ମତି ପ୍ରକାଶ ପାଇଛି। ଯଦି ଖୁବ ଶୀଘ୍ର ସମସ୍ୟା ସମାଧାନ କରାନଯାଏ ତେବେ ଜିଲ୍ଲାପାଳ ପୁରୀ ଙ୍କ ଅଫିସ ଘେରାଉ କରାଯିବା ସହିତ ଜେଲ ଭରୋ ଆନ୍ଦୋଳନ କରାଯିବ ବୋଲି ଶାନ୍ତନୁ ମିଶ୍ର, ଲୋକନାଥ ଗଡ଼ନାୟକ, ସୁଶାନ୍ତ ବେହେରା, ସୁନିଲ ରଥ, ପୁରୁଷୋତ୍ତମ ମିଶ୍ର, ଧର୍ମେନ୍ଦ୍ର କୁଅଁର, ମାନସ ବରାଳ, ମହେଶ୍ୱର ସାହୁ, ସୁଚିଶ୍ମିତା ପଣ୍ଡା, ତପତି ବେହେରା, କଦାର ମାଠ ଆଦି ସମସ୍ତ କର୍ମଚାରୀ ମାନେ କହିଥିଲେ।
Related Stories
November 23, 2024
November 23, 2024
November 23, 2024