ଭୁବନେଶ୍ୱର, ମାସିକ ଦଶ ହଜାର ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ ଓ ଗାଁସାଥୀ(ମେଟ୍)ଙ୍କ ପାଇଁ ଥିବା ୯ଟି ସାକାରାତ୍ମକ ଚିଠିର ସଠିକ୍ କ୍ରିୟାନ୍ୱୟନ ଆଦି ୨ ଦଫା ଦାବିରେ ସଂଘ ଆନ୍ଦୋଳନ ଜାରି ରଖିଛି । ଗାଁସାଥୀ (ମେଟ୍) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ସଭାପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ନେତୃତ୍ୱରେ ଗତକାଲିଠାରୁ ଅଭିନବ ଧାରାରେ ଗଣତାନ୍ତ୍ରିକ ଆନ୍ଦୋଳନ ସଂଘ ତରଫରୁ ଜାରି ରହିଛି । ସେହି ନ୍ୟାୟରେ ଆଜି ଧାରଣାସ୍ଥଳରେ ସଂଘର ରାଜ୍ୟ କର୍ମକର୍ତାମାନେ ଅନଶନରେ ବସିଛନ୍ତି । ଏହା ସହିତ ୨ଜଣ ଗାଁସାଥୀ ସଂଗଠକ ଚକୁଳିଆ ପଣ୍ଡା ଭାବରେ ନିଜର ବେଶଭୂଷା ଧାରଣ କରି ସାରା ଓଡ଼ିଶାର ଗାଁସାଥୀ (ମେଟ୍) ଙ୍କ ଦାବି ଜଣାଇଥିଲେ । ଯଦି ସରକାର ଏପରି ମନମାନି ଓ ଅଣଦେଖା ଜାରି ରଖନ୍ତି, ତେବେ ସଂଘ ତରଫରୁ ଜିଲ୍ଲା, ବ୍ଲକ ଓ ପଂଚାୟତ ସ୍ତରେ ଆନ୍ଦୋଳନକୁ ଖୁବ୍ଶୀଘ୍ର ବ୍ୟାପକ କରାଯିବା ପାଇଁ ଶ୍ରୀ ବିଶ୍ୱାଳ ଚେତାବନୀ ଦେଇଛନ୍ତି ।
Related Stories
November 23, 2024