ନୂଆଦିଲ୍ଲୀ, କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜ୍ଜୁନ ଖଡ଼ଗେ କହିଛନ୍ତି ଯେ, ନିର୍ବାଚନରେ ସେନାର ରାଜନୈତିକ ବ୍ୟବହାର କରାଯିବା ଉଚିତ୍ ନୁହେଁ । ଏହା ସତ୍ବେ ମୋଦି ସରକାର ସେନାକୁ ଦେଶବ୍ୟାପୀ ୮୨୨ ଏପରି ସେଲ୍ଫି ପଏଂଟ ଲଗାଇବାକୁ କହିଛନ୍ତି, ଯାହାକି ସରକାରୀ ଯୋଜନାର ପ୍ରଚାର କରିବ । ତେବେ ଏପରି କରିବା ଅନୁଚିତ୍ ।
ଖଡ଼ଗେ ମଙ୍ଗଳବାର ଏକ୍ସ ହେଣ୍ଡେଲରେ ଉଲ୍ଲେଖ କରିଛନ୍ତି ଯେ, ଏହି ଟେବୁଲରେ ସୈନିକଙ୍କ ପରାକ୍ରମର ଗାଥା ବଦଳରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋଚିତ୍ର ରହିଛି । ଏବଂ ତାଙ୍କର ଯୋଜନାର ଗୁଣଗାନ ରହିଛି । ରାଷ୍ଟ୍ରର ସୁରକ୍ଷା କରୁଥିବା ଆମର ଭାରତୀୟ ସେନାର ବୀର ଯବାନଙ୍କ ଲୋକପ୍ରିୟତା ବଦଳରେ ଏପରି କରି ମୋଦୀ ସରକାର ନିଜର ପ୍ରଚାର କରୁଛି ।