ନୂଆଦିଲ୍ଲୀ,ସମଲିଙ୍ଗୀ ବିବାହକୁ ସୁପ୍ରିମକୋର୍ଟ ମାନ୍ୟତା ଦେବାକୁ ମନା କରିବା ପରେ ବିଭିନ୍ନ ମହଲରୁ ଏହାକୁ ସ୍ୱାଗତ କରାଯାଇଛି । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ଓ ବିଶ୍ୱ ହିନ୍ଦୁ ପରିଷଦ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।
ସଂଘର ଅଖିଳ ଭାରତୀୟ ପ୍ରଚାର ପ୍ରମୁଖ ସୁନୀଲ ଆମ୍ବେକର କହିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ସ୍ୱାଗତଯୋଗ୍ୟ ଅଟେ । ଆମର ଗଣତାନ୍ତ୍ରିକ ସଂସଦୀୟ ବ୍ୟବସ୍ଥା ଏଥିରେ ଜଡିତ ସମସ୍ତ ପ୍ରସଙ୍ଗକୁ ଗମ୍ଭୀର ଭାବେ ଆଲୋଚନା କରିପାରିବ ଏବଂ ଉପଯୁକ୍ତ ନିଷ୍ପତ୍ତି ନେଇପାରିବ ।
ଭିଏଚପିର କେନ୍ଦ୍ରୀୟ କାର୍ଯ୍ୟାଧ୍ୟକ୍ଷ ଆଲୋକ କୁମାର କହିଛନ୍ତି ଯେ, ସମଲିଙ୍ଗି ବିବାହକୁ ନେଇ ସୁପ୍ରିମକୋର୍ଟ ହିନ୍ଦୁ, ମୁସଲିମ ଓ ଇଶାଇ ସମସ୍ତଙ୍କ ମତ ଶୁଣିବା ପରେଏହି ନିଷ୍ପତ୍ତି ନେଇଛନ୍ତି, ଯାହାକି ସ୍ୱାଗତଯୋଗ୍ୟ । ସମଲିଙ୍ଗି ବିବାହ ପଞ୍ଜିକୃତ ଯୋଗ୍ୟ ନୁହେଁ ଏବଂ ଏହାକୁ ମୌଳିକ ଅଧିକାରର ମାନ୍ୟତା ନଦେବା ଏକ ସଠିକ ପଦକ୍ଷେପ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।