ଜମ୍ମୁ, ବର୍ଷା ଯୋଗୁ ଧସିଲା ଜମ୍ମୁର ପ୍ରସିଦ୍ଧ 170ବର୍ଷ ପରୁଣା ରଣବୀରେଶ୍ୱର ମନ୍ଦିରର ଭବନର ଏକ ଅଂଶ । ଜମ୍ମୁରେ ବର୍ଷା ଲାଗିରହିଥିବା ବେଳେ ଏହି ପୁରୁଣା ମନ୍ଦିରର କିଛି ଅଂଶ ଭୁଶୁଡିପଡିଛି । ଖବର ପାଇ ଏସଡିଆରଏଫ, ସିଭିଲ ଡିଫେନ୍ସ ଓ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଭଗ୍ନାବଶେଷକୁ ହଟାଇଥିଲେ । ତେବେ ଏହି ଦୁର୍ଘଟଣା ଯୋଗୁ କୌଣସି ଜୀବନହାନୀ ହୋଇନାହିଁ । କିନ୍ତୁ ମନ୍ଦିରର ଗର୍ଭଗୃହର ସମ୍ମୁଖ ଭାଗ କ୍ଷତିଗ୍ରସ୍ତ ହୋଇଛି । ଜମ୍ମୁର ମେୟର ରାଜେନ୍ଦ୍ର ଶର୍ମା ଓ ଅନ୍ୟ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ମନ୍ଦିର କୋଠା ବହୁ ପୁରାତନ ହୋଇଯାଇଥିବା ଯୋଗୁ ବର୍ଷାରେ ଏହା ଭୁଶୁଡିପଡିଥିଲା । ଜମ୍ମୁ ସହରରେ ଥିବା ପୁରାତନ ମନ୍ଦିର ଭିତରୁ ଏହା ଅନ୍ୟତମ । ତେବେ ଏହି ଦୁର୍ଘଟଣାର ଯାଞ୍ଚ ପାଇଁ ଏକ କମିଟି ଗଠନ କରାଯିବ । ଏବଂ ମନ୍ଦିରର ପୁନରୁଦ୍ଧାର କରାଯିବ ବୋଲି ଅଧିକାରୀମାନେ ସୂଚନା ଦେଇଛନ୍ତି ।
Related Stories
November 23, 2024