ରାଞ୍ଚି, ବିଜେପି ସାଂସଦ ନିଶିକାନ୍ତ ଦୁବେଙ୍କ ପିଟିସନ ଉପରେ ସୋମବାର ଝାରଖଣ୍ଡ ହାଇକୋର୍ଟରେ ଶୁଣାଣି ହୋଇଛି । ବିଚାରପତି ଜଷ୍ଟିସ ସଞ୍ଜୟ କୁମାର ଦ୍ୱିବେଦୀଙ୍କ ଅଦଲତ ନିଶିକାନ୍ତ ଦୁବେଙ୍କୁ ମିଳିଥିବା ଆଶ୍ୱସ୍ତିକୁ ବଜାୟ ରଖିବାକୁ ରାୟ ଦେଇଛନ୍ତି । ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବା ଉପରେ ରୋକ୍ ଅବଧିକୁ ଡିସେମ୍ବର 12 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି ।
ସାଂସଦ ନିଶିକାନ୍ତ ଦୁବେ ସଚିବାଳୟ ଘେରାଉ ସମୟରେ ଧୁର୍ବା ଥାନାରେ ରୁଜୁ ହୋଇଥିବା ମାମଲାକୁ ରଦ୍ଦ କରିବା ପାଇଁ ଆବେଦନ କରିଥିଲେ । ନିଶିକାନ୍ତ ଦୁବେଙ୍କ ପକ୍ଷରୁ ଓକିଲ ପ୍ରଶାନ୍ତ ପଲ୍ଲବ ଓ ପାର୍ଥ ଜାଲାନ ମମଲାର ପରିଚାଳନା କରୁଥିଲେ । ଡିସେମ୍ବର 12ରେ କୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି କରିବେ ।