ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ଅପମାନଜନକ ଟିପ୍ପଣୀ ଦେବା ମାମଲାରେ କଂଗ୍ରେସ ନେତା ପବନ ଖେଡାଙ୍କ ବିରୁଦ୍ଧରେ ଆସାମ ଓ ଉତ୍ତରପ୍ରଦେଶରେ ରୁଜୁ ହୋଇଥିବା ଏଫଆଇଆର ବନ୍ଦ କରିବାକୁ ହୋଇଥିବା ଆବେଦନ ଉପରେ ୟୁପି ସରକାରଙ୍କୁ ନୋଟିସ ଜାରି କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ ବିଆର ଗଭଇଙ୍କ ନେତୃତ୍ୱରେ ଏକ ବେଞ୍ଚ ଏହି ନିର୍ଦ୍ଦେଶ ଜାରି କରିଛି।
ଆହ୍ଲାବାଦ ହାଇକୋର୍ଟ ଏଫଆଇଆର ରଦ୍ଦ କରିବାକୁ ମନା କରିବା ପରେ ପବନ ଖେଡା ଏହି ନିର୍ଦ୍ଦେଶକୁ ସୁପ୍ରମିକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଶୁଣାଣି ସମୟରେ ପବନଙ୍କ ଓକିଲ କୋର୍ଟରେ କହିଛନ୍ତି ଯେ, ପବନ ଖେଡା ପ୍ରେସ କନଫରେନ୍ସ ପରେ ତୁରନ୍ତ ନିଜ ଟ୍ୱିଟ ଆକାଉଣ୍ଟରେ ସ୍ପଷ୍ଟ କରିଥିଲେ ଯେ, ସେ ଜାଣିଶୁଣି କୌଣସି ଅପମାନସୂଚକ ଟିପ୍ପଣୀ ଦେଇନାହାନ୍ତି । ପ୍ରଧାନମନ୍ତ୍ରୀ କିମ୍ବା ଦେଶର ଗାରିମାକୁ ନୀଚା ଦେଖାଇବା ତାଙ୍କର ଉଦ୍ଦେଶ୍ୟ ନୁହେଁ ।