ଧର୍ମଶାଳା,ଯାଜପୁର ଜିଲା ଧର୍ମଶାଳା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଜନ ଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲାପାଳ ଚକ୍ରବର୍ତୀ ସିଂ ରାଥୋଡ ଓ ଆରକ୍ଷୀ ଅଧିକ୍ଷକ ବିନିତ ଅଗ୍ରୱାଲ ଯୋଗ ଦେଇ ଅଭିଯୋଗ ଗୁଡିକୁ ଶୁଣାଣି କରିଥିଲେ । ଧର୍ମଶାଳା ବ୍ଲକର ବିଭିନ୍ନ ପଂଚାୟତରୁ ଅଭିଯୋଗ ନେଇ ଲୋକେ ଏହି ଜନ ଶୁଣାଣି ଶିବିରରେ ପଂହଚି ଥିଲେ । ବହୁ ଯୋଗ୍ୟ ହିତାଧିକାରୀ ଭର୍ତା,ରାସନ କାର୍ଡ ଓ ଆବାସ ଯୋଜନାରୁ ବଂଚିତ ହୋଇଥିବା ବେଳେ ଏନେଇ ଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲାପାଳ ଅଭିଯୋଗ ଗୁଡିକୁ ତୁରନ୍ତ ଶୁଣିବା ସହିତ ଅନ୍ୟ ସମସ୍ୟାର ସମାଧାନ ପାଇଁ ଜିଲାପାଳ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ଶିବିରରେ ସମସ୍ତ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ ।
Related Stories
November 23, 2024