ଜୟପୁର , ଜୟପୁର ବ୍ଲକ ଅନ୍ତର୍ଗତ କେବିଡି ଠାରେ ପଞ୍ଚାୟତ ସ୍ତରିୟ ଅଭିଯୋଗ ଓ ଜନ ଶୁଣାଣି ଶୁଣାଣି , ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଛି । ଏହି ଅଭିଯୋଗ ଶୁଣାଣିରେ ଏବିଡିଓ ମନୋଜ ନାୟକ, ଜିପିଓ ପ୍ରଶାନ୍ତ ମିଶ୍ର, ବ୍ଲକ ସମାଜିକ ସୁରକ୍ଷା ଅଧିକାରୀ କେ.ଏସ ନିସା, ସମିତି ସଭ୍ୟା. ଜିଆରଏସ ସ୍ୱାସ୍ଥ୍ୟ ବିଭାଗ, ଆଇସିଡିଏସ , ହଟିକଲଚର,କୃଷି ବିଭାଗ ସହ ଅନ୍ୟ ଲାଇନ ର ବ୍ଲକ ସ୍ତରିୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ଏଥିରେ ପଞ୍ଚାୟତର ବିଭିନ୍ନ ଗ୍ରାମର ଗ୍ରାମବାସୀ ଉପସ୍ଥିତ ଥିଲେ । ଗ୍ରାମବାସୀ ମାନେ ବିଭାଗର ଅଧିକାରି ମାନଙ୍କୁ ସମସ୍ୟା ଅଭିଯୋଗ ଜଣାଇଥିଲେ । ଆବାସ ଯୋଜନାରେ ସାମିଲ କରିବାକୁ ଗ୍ରାମବାସୀ ମାନେ ଦାବି କରିଥିଲେ । ନୁତନ ରାସ୍ତା, ରାସ୍ତା ମରାମତି, ପାନୀୟ ଜଳ ସମସ୍ୟା ସମାଧାନ ଆଦି ଉପରେ ଅଭିଯୋଗ କରାଯାଇଥିଲା । ବିଭିନ୍ନ ମୌଳିକ ସମସ୍ୟା ଅଭିଯୋଗର ଶୁଣାଣି ହୋଇଥିଲା । ଏହା ସହ ବିଭିନ୍ନ ସରକାରୀ ଯୋଜନା ର ଲାଭ କିପରି ପାଇବେ ସେ ନେଇ ଉପସ୍ଥିତ ଅଧିକାରି ମାନେ ସଚେତନ କରିଥିଲେ । ଏଠାରେ ମାଗଣା ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଔଷଧ ପ୍ରଦାନ କରାଯାଇଥିଲା ।
Related Stories
November 23, 2024