ଗୌହ୍ୱାଟୀ, ଗୌହ୍ୱାଟୀର ନୀଳାଚଳ ପାହାଡରେ ଥିବା କାମାକ୍ଷା ମନ୍ଦିର 51ତମ ଶକ୍ତିପୀଠ ମଧ୍ୟରୁ ଅନ୍ୟତମ । କାମାକ୍ଷା ମନ୍ଦିରରେ ପାଳନ ହେଉଥିବା ସମସ୍ତ ପର୍ବ ମଧ୍ୟରୁ ଦୁର୍ଗାପୂଜା ଏକ ପ୍ରମୁଖ ଉତ୍ସବ । ନବରାତ୍ରୀ ଅବସରରେ ଦେଶ-ବିଦେଶରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାଆଙ୍କ ଦର୍ଶନ ପାଇଁ ମନ୍ଦିର ଆସି ମାଆଙ୍କ ଆଶୀର୍ବାଦ ନେଇଥାନ୍ତି ।
ଦୁର୍ଗାପୂଜା ପାଇଁ କାମାକ୍ଷା ଧାମରେ ନବରାତ୍ରୀ ଉତ୍ସବ ଆରମ୍ଭ ହୋଇଛି । ପ୍ରତିବର୍ଷ ଏଠାରେ ବେଶ୍ ଧୁମଧାମରେ ଦୁର୍ଗାପୂଜା ପାଳନ କରାଯାଏ । ନବରାତ୍ରୀ ଅବସରରେ ରଙ୍ଗବେରଙ୍ଗ ଫୁଲରେ ମନ୍ଦିରକୁ ସଜାଯାଇଛି ।
ନବରାତ୍ରୀର ଦ୍ୱିତୀୟ ଦିନରେ ମାଆଙ୍କ ମନ୍ଦିରରେ ମାଆଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ଭିଡ ଜମିଛି । କାମାକ୍ଷା ମନ୍ଦିରରେ ଦୁର୍ଗାପୂଜା ସମୟରେ କୁମାରୀ ପୂଜନ କରାଯାଏ । ଏଠାରେ କୁମାର ପୂଜାର ମହତ୍ତ୍ୱ ଅଧିକ । ନବରାତ୍ରୀର ପ୍ରଥମ ଦିନରୁ ଆରମ୍ଭ କରି ନଅ ଦିନ ପର୍ଯ୍ୟନ୍ତ କୁମାରୀଙ୍କ ପୂଜା କରାଯାଇଥାଏ । କୁମାରୀ ପୂଜା ସମସ୍ତ ସଙ୍କଟକୁ ଦୂର କରିଥାଏ ବୋଲି ସାଧାରଣରେ ବିଶ୍ୱାସ ରହିଛି ।