ବଲାଙ୍ଗିର, ଜିଲ୍ଲାର ଆଗଲପୁର ବ୍ଲକ ଅନ୍ତର୍ଗତ କୁଟାସିଂହା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କଣ୍ଟାପାଲି ଗ୍ରାମର ଜଗଦୀଶ ସାହୁ ଜଣେ ଉଦ୍ୟୋଗୀ ଚାଷୀ । ଚାଷ କହିଲେ ମୁଖ୍ୟତଃ ଏହି ଅଞ୍ଚଳରେ ଧାନକୁ ହିଁ ବୁଝିଥାନ୍ତି । ଧାନ ଅପେକ୍ଷା ପନିପରିବା ଚାଷ ଅଧିକ ଲାଭଜନକ ଚାଷ । ଧାନଚାଷରେ ବର୍ଷକୁ ରବି ଓ ଖରିଫ ଚାଷ ୨ ଥର କରିଥାନ୍ତି, କିନ୍ତୁ ପନିପରିବା ଚାଷ ଋତୁ ଅନୁସାରେ ହୋଇ ଥାଏ ଓ ଏହା ବର୍ଷ ସାରା ଚାଷ ହୋଇଥାଏ । ପ୍ରତି ସପ୍ତାହରେ ୨ରୁ ୩ଟି ବଜାରକୁ ବିକ୍ରି କରି ଥାନ୍ତି । ଚାଷର ଚାହିଦା ବାରମାସରେ ଥିବା ବେଳେ ଏହି ପନିପରିବାକୁ ଗ୍ରାମାଞ୍ଚଳର ଛୋଟ ବେପାରୀମାନଙ୍କ ପୋଟଳର ଚାହିଦା ଏତେ ବେଶୀ ଅଛି ଯେ, ନିଜ ବିଲରୁ ସ୍ଥାନୀୟ ବେପାରୀ ମାନେ ଓଜନ ମାପ ଏବଂ ହିସାବ କରି ନଗଦ ଟଙ୍କା ପୈଠ କରି ନେଇଯାଆନ୍ତି । ଦୀର୍ଘ ୬୦ ବର୍ଷ ପୂର୍ବରୁ ଲଙ୍କା ଚାଷ ଏହି ଗ୍ରାମର ମୁଖ୍ୟ ଆୟକାରୀ ତଥା ଅର୍ଥକାରୀ ଫସଲ ଭାବେ ଘରେ ଘରେ ପରିଚିତ ଥିଲା । ଜଗଦୀଶ ସାହୁ ଜଣେ ଚାଷକୁ ଆଦରିନେଇଥିବା ସଫଳ ଉଦ୍ୟୋଗୀ ଚାଷୀ । ପୂର୍ବରୁ ଆଖୁ, ବାଇଗଣ, ଚିନାବାଦାମ, ପିଆଜ ଚାଷ କରୁଥିଲେ । ବର୍ତ୍ତମାନ ପରିପ୍ରେକ୍ଷୀରେ ପ୍ରଥମ ଥର ପାଇଁ ପୋଟଳ ଚାଷ କରିବାକୁ ମନରେ କଳ୍ପନା କରି ସ୍ଵପ୍ନ ଦେଖିଥିଲେ । ଏହି ଅଧୁରା ସ୍ଵପ୍ନକୁ ସାକାର କରିବା ପାଇଁ ପୁଅ ପ୍ରେମାନନ୍ଦ ସାହୁ ଯୁବ ଚାଷୀ ଭାବେ ଉଭା ହୋଇ ବାପା ଜଗଦୀଶ ସାହୁଙ୍କ ସ୍ଵପ୍ନକୁ ସାକାର କରିବା ପାଇଁ ପୋଟଳ ଚାଷ କରିବାକୁ ଆଗଭର ହୋଇ ପୋଟଳ ଚାଷ ଅଣ୍ଟା ଭିଡ଼ିଲେ । ମାଘ ମାସରେ ୩୦ ଡିସିମିଲ ଜମି ରେ ନିଜର ପାୱାର ଟିଲରରେ ହଳ କରି ମାଟିକୁ ଚଷି, ଜମିକୁ ପ୍ରସ୍ତୁତି କରିଥିଲେ । ଏହାପରେ ପୋଟଳ ଚାରା ପାଇଁ ବିଭିନ୍ନ ଚାଷୀମାନଙ୍କ ସହିତ କଥା ହୋଇ ଚାଷୀମାନଙ୍କ ପରାମର୍ଶ କ୍ରମେ ଗେଡର଼୍ ଗ୍ରାମର ଜଣେ ଚାଷୀଙ୍କ ସହ କଥା ହୋଇ ୧୦୦୦ ମନ୍ଦାକୁ ୧୫୦୦/- ଟଙ୍କା ଦେଇ ଫାଲଗୁନ ମାସର ପ୍ରଥମ ସପ୍ତାହରେ ଚାରା ରୋପଣ କରିଥିଲେ । ଗୋଟେ ମାସ ପରେ ବା ଚୈତ୍ର ମାସରେ ପୋଟଳ ର ଲହ ବା ଡଙ୍କି ମାରିବା ଆରମ୍ଭ ହେଲା । ବୈଶାଖ ମାସରେ ଖୁଣ୍ଟ ପାଇଁ ୫୦୦ ଖୁଣ୍ଟକୁ ୧୦/- ଟଙ୍କା ଦରରେ ୫୦୦୦/- ଟଙ୍କା ଦେଇ ପାଖ ଗାଁରୁ ଆଣିଥିଲେ । ଖୁଣ୍ଟ ପୋତି ପାଖ ସହର ବଲାଙ୍ଗିରରୁ ପ୍ଲାଷ୍ଟିକ ଜାଲି ବା ନେଟ୍ ୧୦ କେଜିକୁ ୩୦୦/- ଦରରେ ୩୦୦୦/- ଟଙ୍କା ଦେଇ ଆଣିଲେ ଏବଂ ବୈଶାଖ ମାସରେ ଏହାକୁ ଗୋଟିଏ ସପ୍ତାହରେ ଲଗାଇଲେ । ଏହାପରେ ପୋଟଳର ଫଳ, ଫୁଲ ଆରମ୍ଭ ହେଲା ଓ ଜ୍ୟୈଷ୍ଠ ମାସରେ ଫଳ ପ୍ରତି ସପ୍ତାହରେ ୧୦୦ କେଜିକୁ ୪୦୦୦/- ଦରରେ ପ୍ରତି ମାସ ୪୦୦ କେଜିକୁ ମାସିକ ୧୬୦୦୦/- ତାଙ୍କ ହିସାବରେ ଆଜକୁ ୫ ମାସରେ ୭୦,୦୦୦/- ବିକ୍ରି କରିଥିବା ବେଳେ ଆଗକୁ ଆଉ ୩ ମାସ ପର୍ଯ୍ୟନ୍ତ ଫଳ ଫଳିବ ବୋଲି ଜଗଦୀଶଙ୍କ ପୁଅ ପ୍ରେମାନନ୍ଦ ସାହୁ କହିଛନ୍ତି । ଏଠାରେ ସୂଚନାଯୋଗ୍ୟ ଯେ, ୩ ବର୍ଷ ହେଲା ରାଜ୍ୟ ସରକାରଙ୍କ ଉଠାଜଳସେଚନ ନିଗମ ଲିମିଟେଡ ପକ୍ଷରୁ ଗଭୀର ନଳକୂପ ଅନ୍ଲାଇନ ମାଧ୍ୟମରେ ଆବେଦନ କରିଥିଲେ ଏବଂ ୨୦,୦୦୦/- ଟଙ୍କା ପୈଠ କରିଥିଲେ । ବଦଳରେ ରାଜ୍ୟ ସରକାରଙ୍କ ତରଫରୁ ଇଲେକ୍ଟ୍ରିସଂଯୋଗ ସହିତ ଗଭୀର ନଳକୂପ ୩୦୦ ଫୁଟ ଖନନ, ମଟର ଏବଂ କେଶିଂ ପାଇପ ମଧ୍ୟ ମିଳିଛି । ଏହାପରେ ଜଗଦୀଶ ସାହୁଙ୍କ ଖୁସି କହିଲେ ନସରେ । ଚାଷ କରି ୪ ପୁଅଙ୍କ ପ୍ରତିପୋଷଣ କରି ଘର ତିଆରି କରି, ଗୋଟିଏ ଝିଅର ମଧ୍ୟ ବାହା କରିଛନ୍ତି । ଆହୁରି ମଧ୍ୟ କୃଷି ବିଭାଗ ତରଫରୁ ସବ୍ସିଡିରେ ଗୋଟିଏ ପାୱାର ଟିଲର ମଧ୍ୟ ଆଣିଛନ୍ତି । ଯାହାକି ଚାଷ ପାଇଁ ସୁବିଧା ହୋଇଛି । ଅନ୍ୟ ଉପରେ ନିର୍ଭର କରିବାକୁ ପଡୁନାହିଁ । ଆଗକୁ ପୋଟଳ ଚାଷରେ ୪ ମାସରେ ୪୦,୦୦୦/ ଟଙ୍କା ବିକ୍ରି କରିବାର ଲକ୍ଷ୍ୟ ରଖିଛନ୍ତି । ମୋଟ ୩୦ ଡିସିମିଲରେ ଗୋଟିଏ ବର୍ଷରେ ୧,୦୦,୦୦୦/- ଟଙ୍କାରୁ ଉର୍ଦ୍ଧ ରୋଜଗାର କରିଥିବା ବେଳେ ଏହି ଚାଷରେ ଲାଭ ଅଛି ଆଉ ଆଗକୁ ପୋଟଳ ଚାଷ ଅଧିକ କରି ଅଧିକ ରୋଜଗାର କରିବାର ଲକ୍ଷ୍ୟ ରଖିଛନ୍ତି । ରାଜ୍ୟ ସରକାରଙ୍କ ଉଦ୍ୟମରେ କୃଷି ବିଭାଗରୁ ନୂତନ ଜ୍ଞାନ କୌଶଳରେ ପୋଟଳ ଚାଷ ଟ୍ରେଲିଜ୍ ବା ଖୁଣ୍ଟ ଓ ଜାଳି ମାଧ୍ୟମରେ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଜଗଦୀଶ କହିଛନ୍ତି ।
Related Stories
November 23, 2024