
ଜଟଣୀ – ଜଟଣୀ ଅଂଚଳର ପ୍ରଖ୍ୟାତ ସୁକ୍ଷ୍ମ କଳାକାରିଗରୀ ଏଲ ଇଶ୍ୱର ରାଓଙ୍କ ଦ୍ୱାରା ପ୍ରଦତ ଇଶ୍ୱର ଆର୍ଟ ଆଣ୍ଡ କ୍ରାଫ୍ଟ ସୋସିଆଲ ଫାଉଣ୍ଡେସନ ଟ୍ରଷ୍ଟ ଶିକ୍ଷାନୁÂାନରେ ଆଜି ଖ୍ରୀଷ୍ଟମାସ ସେଲିବ୍ରେସନ ଅନୁÂିତ ହୋଇଯାଇଛି । ଖ୍ରୀଷ୍ଟନବ ବର୍ଷ ଆରମ୍ଭ ହୋଇଥିବା ନେଇ ଇଶ୍ୱର ଏକ ବୋତଲ ମଧ୍ୟରେ ନିଖୁଣ କଳାକୃତି ନିର୍ମାଣକରି ସାରାଦେଶକୁ ଭାଇଚାରାର ବାର୍ତା ଦେଇଥିବା ବେଳେ ଉକ୍ତ ଟ୍ରଷ୍ଟରେ ଶିକ୍ଷା ଗ୍ରହଣକରୁଥିବା ବିଦ୍ୟାର୍ଥୀମାନଙ୍କୁ ନେଇ ସେଲିବ୍ରେସନ ପାଳିତ ହୋଇଥିଲା । ଏ ନେଇ ଇଂରାଜୀ ବକ୍ତୃତା, ସଂଗୀତ ଗାନ, ଜାତୀୟସଂଗୀତ ଗାନ ପ୍ରଭୃତି ପ୍ରତିଯୋଗିତା ହୋଇଥିଲା । ଏଥିରେ କୃତି ୪ ଜଣ ଛାତ୍ର ଛାତ୍ରୀଙ୍କୁ ପୃରସ୍କୃତ କରାଯାଇଥିଲା । ଶେଷରେ ପିଲାମାନଙ୍କ ମଧ୍ୟରେ ନାଚଗୀତ ଆୟୋଜନ ହୋଇଥିଲା ।