ଭୁବନେଶ୍ୱର,ଓଡ଼ିଶା ସରକାର ଓବିସି ସମାଜ ସହ ଅନ୍ୟାୟ କରୁଛନ୍ତି । ନାମକୁ ମାତ୍ର କମିଶନ କିନ୍ତୁ ଶିକ୍ଷାରେ କି ନିର୍ବାଚନରେ ସଂରକ୍ଷଣ ବ୍ୟବସ୍ଥା ନାହିଁ । ଆଗକୁ ଓବିସିଙ୍କ ସଂରକ୍ଷଣ ଓ ଅଧିକାର ପାଇଁ ବିଜେପି ବଡ ଆନ୍ଦୋଳନ କରିବ । ରାଜ୍ୟ ସରକାର ଆଉ ଓବିସିମାନଙ୍କୁ ଠକି ପାରିବେନି । ଆଗାମୀ ନିର୍ବାଚନରେ ଓବିସି ବର୍ଗ ବିଜେଡି ସରକାରକୁ ଉପାଡି ଫୋପାଡି ଦେବେ ବୋଲି କହିଛନ୍ତି ବିଜେପି ଓବିସି ମୋର୍ଚ୍ଚା ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ସଙ୍ଗମ ଲାଲ ଗୁପ୍ତା ।
ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ରାଜ୍ୟ ସରକାର ସାମ୍ବିଧାନିକ ଅଧିକାରରୁ ଓବିସି ମାନଙ୍କୁ ବଂଚିତ କରିଛନ୍ତି । ଓଡ଼ିଶାରେ ୫୪% ଓବିସି, କିନ୍ତୁ ସଂରକ୍ଷଣ ବାବଦରେ ଚିନ୍ତା କରାଯାଉନି । କେବଳ ନିର୍ବାଚନ ଆସୁଛି ବୋଲି ଗଣନା, ସର୍ଭେର ବାହାନା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।