ବଲାଙ୍ଗିର, ଆମର ପରିବେଶ ସମସ୍ତ ଜୀବ ଏବଂ ସେମାନଙ୍କର ପରିବେଶକୁ ନେଇ ଗଠିତ। ପରିବେଶ ସମସ୍ତଙ୍କ ପାଇଁ ଜୀବନର ଉତ୍ସ। ଏହା ସମସ୍ତଙ୍କ ଜୀବନକୁ ନିର୍ଦ୍ଦେଶ କରେ ଏବଂ ଉପଯୁକ୍ତ ଅଭିବୃଦ୍ଧି ଏବଂ ବିକାଶ ନିର୍ଣ୍ଣୟ କରେ।୧୪ ଅକ୍ଟୋବରରେ, ଜେ.ଏସ.ଏମ୍ ବାଣିଜ୍ୟ ଓ କଳା ମହାବିଦ୍ୟାଲୟରେ ଏକ ଦିବସୀୟ ସେମିନାର ଅନୁଷ୍ଠିତ ହୋଇଥିଲା। ଯାହା ପରିବେଶ ସ୍ଥିରତା ପାଇଁ ଭାରତର ଗ୍ଲୋବାଲ୍ ଲିଡରସିପ୍ ଏବଂ ଆର୍ଥିକ ପ୍ରଫେସନାଲ୍ ଏବଂ ବ୍ୟବସାୟ କାର୍ଯ୍ୟନିର୍ବାହୀମାନଙ୍କ ଭୂମିକା ଉପରେ ଧ୍ୟାନ ଦିଆଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ବକ୍ତା ଥିଲେ ନୂଆଦିଲ୍ଲୀ, ଆଇଆଇଏସଡିର ମହାନିର୍ଦ୍ଦେଶକ ଡକ୍ଟର ଶ୍ରୀକାନ୍ତ କୁମାର ପାଣିଗ୍ରାହି। ଉପଦେଷ୍ଟା ସଦସ୍ୟ ମନୋରଂଜନ ସାହୁ, ଅଧ୍ୟକ୍ଷ ସି.ଏ. ଶ୍ରୀକାନ୍ତ ଶର୍ମା ଏବଂ ନିର୍ଦ୍ଦେଶକା ଶ୍ରୀମତୀ ସୁମନ ଶର୍ମାଙ୍କ ଉପସ୍ଥିତିରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସମ୍ମାନିତ ଅତିଥି ପ୍ରକାଶ କରିଥିଲେ ଯେ, ପ୍ରତ୍ୟେକ ବ୍ୟକ୍ତିଗତ ଆପଣା ଆପଣା ଦାୟିତ୍ଵକୁ ବୁଝି ସତର୍କ ହେବା ଦ୍ଵାରା ପରିବେଶକୁ ସୁରକ୍ଷା କରିପାରିବା, ପରିବେଶକୁ ସନ୍ତୁଳନ କିପରି କରିପାରିବେ ତାହା ଉପରେ ଛାତ୍ରଛାତ୍ରୀ ମାନଙ୍କୁ ଅନେକ ଗୁଡିଏ ଉପାୟ ରହିଛି ବୋଲି ପରାମର୍ଶ ଦେଇଥିଲେ।
ଉପଦେଷ୍ଟା ମନୋରଂଜନ ସାହୁ ମଧ୍ୟ ଉକ୍ତ ବିଷୟରେ ପ୍ରକାଶ କରି କହିଲେ ଯେ, ଆମ ପାଇଁ ପରିବେଶ ରହିଛି ଓ ପରିବେଶକୁ ନେଇ ଆମେ ଜଡିତ ରହିଛୁ ତେଣୁ ଏହାର ସୁରକ୍ଷା ବା ସ୍ଥିରତା ଆମର ଦାୟିତ୍ଵ ଅଟେ। ଆମ ପରିବେଶର ସ୍ଥିତି, ଗ୍ଲୋବାଲ ୱାର୍ମିଂର କାରଣ ଏବଂ ପରିବେଶ ସ୍ଥିରତା ପାଇଁ ରଣନୀତି ଭଳି ଗୁରୁତ୍ଵପୂର୍ଣ୍ଣ ପ୍ରସଙ୍ଗରେ ଏହି ଜ୍ଞାନଦାୟକ ଆଲୋଚନା ହୋଇଥିଲା। ଛାତ୍ରମାନେ ଆମ ପରିବେଶକୁ ସୁରକ୍ଷା କରିବାର ମହତ୍ତ୍ଵ ବିଷୟରେ ଏକ ଗଭୀର ଚିନ୍ତାଧାରା ହାସଲ କରି ଅଧିବେଶନରେ ସକ୍ରିୟ ଭାବରେ ଜଡିତ ଥିଲେ।