ଭୁବନେଶ୍ୱର, ପିପିଲିର ପୂର୍ବତନ ବିଧାୟକ ଶ୍ରୀ ଯୁଧିଷ୍ଟିର ସାମନ୍ତରାୟଙ୍କ ବିୟୋଗରେ ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଗଭୀର ଶୋକ ପ୍ରକାଶ କରିଛନ୍ତି ।
୧୯୯୫ ରୁ ୨୦୦୦ ମସିହା ପର୍ଯ୍ୟନ୍ତ ପିପିଲି ନିର୍ବାଚନମଣ୍ଡଳୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ୭୩ ବର୍ଷୀୟ ସ୍ୱର୍ଗତଃ ସାମନ୍ତରାୟଙ୍କ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ପରଲୋକ ଘଟିଛି । ସ୍ୱର୍ଗତଃ ଶ୍ରୀ ସାମନ୍ତରାୟଙ୍କ ଅମର ଆତ୍ମାର ସଦ୍ଗତି କାମନା କରିବା ସହିତ ତାଙ୍କର ଶୋକସନ୍ତପ୍ତ ପରିବାରବର୍ଗ ଓ ବନ୍ଧୁଜନଙ୍କୁ ସମବେଦନା ଜଣାଇ ଅସୀମ ଧର୍ଯ୍ୟ ପ୍ରଦାନ କରିବାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ନିକଟରେ ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ବିରୋଧୀ ଦଳ ନେତା ଶ୍ରୀ ମିଶ୍ର ପ୍ରାର୍ଥନା କରିଛନ୍ତି ।