
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସଦର ବ୍ଲକ୍ ପ୍ରାଥମିକ ଶିକ୍ଷକ ୟୁନିଅନର ସାଂଗଠନିକ ନିର୍ବାଚନ ଅନୁଷ୍ଠିତ ହୋଇଯାଇଅଛି। ସର୍ବସମ୍ମତିକ୍ରମେ ଶ୍ରୀଯୁକ୍ତ ବି.ଇଷ୍ଟଦତ୍ତ ମହାପାତ୍ର ସଭାପତି, ଶ୍ରୀ ମିହିର ରଞ୍ଜନ ମାନସିଂହ ଓ ଅନ୍ନପୂର୍ଣ୍ଣା ଦେବୀ ଉପସଭାପତି, ଶ୍ରୀ ଧୀରେନ୍ କୁମାର ବୀଣାକର ସମ୍ପାଦକ,ଶିବାନୀ ମିଶ୍ର, ସୌମ୍ୟରଞ୍ଜନ ରଥ, ପୂର୍ଣଚନ୍ଦ୍ର ସେଠୀ, କୃଷ୍ଣ ଚନ୍ଦ୍ର ରଥ ଓ ସୁଚିତ୍ରା ଦାସ ଯୁଗ୍ମ ସମ୍ପାଦକ,ଶିବ ନାରାୟଣ ଭଟ୍ଟ କୋଷାଧ୍ୟକ୍ଷ ଏବଂ ରାଜ କିଶୋର ସାହୁ ସଂଯୋଜକ ଭାବେ ନିର୍ବାଚିତ ହୋଇଛନ୍ତି।ଏହି ନିର୍ବାଚନ କାର୍ଯ୍ୟକୁ ପୁରୀ ଜିଲ୍ଲା ପ୍ରାଥମିକ ଶିକ୍ଷକ ୟୁନିଅନର ସଭାପତି ଶ୍ରୀଯୁକ୍ତ ସୋମନାଥ ନନ୍ଦ, ସଂଗଠନ ସମ୍ପାଦକ ଶିବ ଦତ୍ତ ନାୟକ,ଯୁଗ୍ମ ସମ୍ପାଦକ ଜିତେନ୍ଦ୍ର କୁମାର ନାୟକ, ସତ୍ୟବାଦୀ ବ୍ଲକ୍ ସଭାପତି ପ୍ରହଲ୍ଲାଦ ଦାଶ ଓ ଗୋପ ବ୍ଲକ ସଂଯୋଜକ ଅଜୟ କୁମାର ରଥ ପ୍ରମୁଖ ପରିଚାଳନା କରିଥିଲେ। ଜିଲ୍ଲା ସମ୍ପାଦକ ରାମ ନାରାୟଣ ମିଶ୍ର ଓ ରାଜ୍ୟ ସଂଘର ଉପଦେଷ୍ଟା ଶ୍ରୀଯୁକ୍ତ ବିଜୟ କୁମାର ମହାନ୍ତି ନବ ନିର୍ବାଚିତ ପ୍ରତିନିଧି ମାନଙ୍କୁ ଅଭିନନ୍ଦନ ଜଣାଇଥିଲେ। ପରିଶେଷରେ ଜିଲ୍ଲା ସଭାପତି ନବ ନିର୍ବାଚିତ ପ୍ରତିନିଧିମାନଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ।