ଭୁବନେଶ୍ୱର ,ରାଜ୍ୟରେ କାମ କରୁଥିବା ସମସ୍ତ ନିର୍ମାଣ ଓ ଜଙ୍ଗଲ ଶ୍ରିମିକ, କୃଷି ଶ୍ରମିକ, ଠିକା ଶ୍ରମିକ, କୋଇଲା ଖଣି ଠିକା ଶ୍ରମିକ ମାନଙ୍କୁ ଅନୁୃ୍ୟନ୍ୟ ୨୬୦୦୦ ଟଙ୍କା, ସ୍ୱାସ୍ଥ୍ୟ ଚିକିତ୍ସା , ଶ୍ରମିକ ସ୍ୱାସ୍ଥ୍ୟ ବୀମା ଏବଂ ଭବିଷ୍ୟ ନିଧି ଲାଗୁ କରିବା ସହ ସମସ୍ତ ବୀଜୁ ସ୍ୱାସ୍ଥ୍ୟ, ବୀମା ନିଗମ ଲାଗୁ କରିବା ଏବଂ ନିର୍ମାଣ କାର୍ଯ୍ୟରେ ନିୟୋଜିତ କର୍ମଜୀବି ମହିଳାମାନଙ୍କୁ ପସୂତିକାଳୀନ ଭତା ହିବାସରେ ଅନ୍ୟୁନ ୫୦ ହଜାର ଟଙ୍କା ଦେବା ପାଇଁ ଆଜି ବଲଣ୍ଡା ଜଗନ୍ନାଥ କଳାକେନ୍ଦ୍ର କାର୍ଯ୍ୟାଳୟରେ ଅନୁଷ୍ଠିତ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ଓଡ଼ିଶା ଶାଖାର କାର୍ଯ୍ୟକାରୀ ବୈଠକରେ ନିଷ୍ପତି ନିଆଯାଇଛି । ଏହି ବୈଠକରେ ପୌରହିତ କରି ଜାତୀୟ ଉପସଭାପତି ତଥା ରାଜ୍ୟ ସଭାପତି ଡଃ ରାମଚନ୍ଦ୍ର ଖୁଂଟିଆ ଭାରତ ସରକାରଙ୍କର ୩୩ ପ୍ରତିଶ୍ରୁତ ଜାତୀୟନିଯୁକ୍ତି କର୍ମ ନିଯୁକ୍ତି ବ୍ୟୟ ବରାଦ କରିବା ପାଇଁ ଦାବି । ଶିଳ୍ପ ପତିମାନଙ୍କୁ ୬ ଲକ୍ଷ କୋଟି ଟଙ୍କା ଛାଡ଼ କରାଯାଇଥିôବା ଏବଂ ୧୦.୫ଲକ୍ଷ ଋଣ ଛାଡ଼ କରାଯାଇଛି । କେନ୍ଦ୍ର ସରକାର ସମସ୍ତ ଶ୍ରମିକଙ୍କୁ ସ୍ୱାସ୍ଥ୍ୟ ଓ ସୁରକ୍ଷା କୌଣସି ବ୍ୟୟ ବରାଦ କରାଯାଉ ନାହିଁ । ମହିଳା ରିଜେରଭେସର ଆଇନକୁ ସ୍ୱାଗତ କରିବା ସଂଗେ ସଂଗେ ଆଗାମୀ ୨୦୨୪ ଲୋକ ସଭା ନିର୍ବାଚନ ମହିଳା ମାନଙ୍କୁ ୩୩ ପ୍ରତିଶତ ସଂରକ୍ଷଣ ଦେବା ଏବଂ କେନ୍ଦ୍ର ସରକାରଙ୍କ ଓ ସମସ୍ତ ଉଦ୍ୟଗରେ ୩୩ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ଦେବା ଆନ୍ତର୍ଜାତିକ ସଂଗଠନ ନିଷ୍ପତି ଅନୁଯାୟୀ ଆଇ.ଏଲ.ଓ ୧୮୮ ଓ ୧୫୫ ଅନୁମୋଦନ କରିବା ଓ ଭରତର ସମ୍ବିଧାନ ସଂଶୋଧନ କରି ସମସ୍ତଙ୍କୁ ସ୍ୱାସ୍ଥ୍ୟ ଚିକିତ୍ସା ଓ ସାମାଜିକ ସୁରକ୍ଷା ଦେବା ପାଇଁ ଏହି ବୈଠକରେ ଦାବି କରାଯାଇଛି । ସମସ୍ତ ପବ୍ଲିକ ପ୍ରାଇଭେଟରେ କାମ କରୁଥିବା ଠିକା ଶ୍ରମିକ, ନିର୍ମାଣ, ଜଙ୍ଗଲ ଓ କୃଷି ଶ୍ରମିକ ମାନଙ୍କୁ ସଂଖ୍ୟାର ବାଛ ବିଚାର ନ କରି ଇଏସ୍ଆଇ ପ୍ରୋଭେଡେଂଟ ଫଣ୍ଡ ଲାଗୁ କରିବା ଓ ସମସ୍ତଙ୍କ ପାଇଁ ବିଜୁ ସ୍ୱାସ୍ଥ୍ୟ ଯୋଜନା ଲାଗୁ କରିବା ପାଇଁ ଦାବି କରି ପ୍ରସ୍ତାବ ଗୃହିତ ହୋଇଛି । ସେହିପରି ପ୍ରବାସି ଶ୍ରମିକ ମାନଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ସମସ୍ତ ବନ୍ଦ କାରଖାନା, ସୂତା କଳ ଓ ଆଖୁ କଳକୁ କାର୍ଯ୍ୟକ୍ଷମ କରିବା ଓ ସୁଲଭ ଦରରେ ସୂତାକଳ ଗୁଡ଼ିକୁ କଂଚା ମାଲ ଯୋଗାଇ ଦେବା ପାଇଁ କପା ଚାଷି ମାନଙ୍କୁ କାର୍ଯ୍ୟକ୍ଷମ କରିବା ଏବଂ ଏହି ସଭାରେ ଦାବି କରାଯାଇଛି । ୨୦୦୮ ମସିହାରେ ୨୦୧୨ ଅସଂଗଠିତ ଶ୍ରମିକ ମାନଙ୍କ ପାଇଁ ଆଇନ ପ୍ରସ୍ତୁତ ହୋଇଥିଲେ ହେଁ ଅର୍ଥ ଅଭାବ ହେତୁ ଓଡ଼ିଶାରେ ଏହା କାର୍ଯ୍ୟକାରୀ ହେଉନାହିଁ । ଏଣୁ ଓଡ଼ିଶା ରାଜ୍ୟ ଓ ସରକାର ତାଙ୍କ ବଜେଟରୁ ୧ ହଜାର କୋଟି ଟଭ୍କା ବ୍ୟୟ ବରାଦ କରିବା ଦାବି କରିଛିନ୍ତି । ନିର୍ବଚାନକୁ ଅଖି ଆଗରେ ରଖି ଓଡ଼ିଶା ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ପରିଷଦ ଅର୍ଥ ମନଇଚ୍ଛା ବିନିଯୋଗ କରୁଥିବାରୁ ଏହାର ଦୃଢ଼ ପ୍ରତିବାଦ କରାଯାଇ ଦଳୀୟ ସ୍ୱାର୍ଥ ପାଇଁ ବ୍ୟବହାର କରାଯାଉଛି ବୋଲି ପ୍ରତିବାଦ କରାଯାଉଛି । ଏବଂ ଏହାର ବାକି ଥିବା ପଞ୍ଜିକରଣ ଓ ନବୀକରଣ ଓ ସହାୟତା କରଣ ଦରଖାସ୍ତ ଗୁଡ଼ିକ ଫଇସଲା କରିବା ପାଇଁ ଦାବି କରାଯାଇଛି । ତାଳଚର କଲିଆରୀର ଜଗନ୍ନାଥ କଳାକେନ୍ଦ୍ରରେ ଅନୁଷ୍ଠିତ ଏହି କାର୍ଯ୍ୟକାରୀ କମିଟି ବୈଠକରେ ସାଧାରଣ ସଂପାଦକ ସୌଭାଗ୍ୟ ପ୍ରଧାନ ସ୍ୱାଗତ ଭାଷଣ ଦେଇଥିଲେ ଅନ୍ୟତମ ସାଧାରଣ ସମପାଦକ କିଶେଶର ଜେନା ପ୍ରାରମ୍ଭିକ ସୂଚନା ଦେଇଥିଲେ । ଶ୍ରୀ ଦିଗମ୍ବର ଗଡ଼ନାୟକ ସମସ୍ତଙ୍କୁ ପୁଷ୍ପଗୁଚ୍ଚ ଦେଇ ସମ୍ଭର୍ଦ୍ଦିତ କରିଥିଲେ । ଉପସଭାପତି ଶ୍ରୀ ଶ୍ୟାମ ସୁନ୍ଦର ମହାପାତ୍ର, ପରେଶ ଜେନା, ନିର୍ମଳ ସାମଲ, ସତ୍ୟବ୍ରତ ନାୟକ, ମହିଳା କମିଟିର ଅଧ୍ୟକ୍ଷା ପ୍ରଣତି ମିଶ୍ର, ସତ୍ୟାନନ୍ଦ ସାହୁ, ଧରଣୀ ଧର ସ୍ୱାଇଁ, ମକ୍ତାର ଖାଁ, ଭୁବନ ମୋହନ ସାହୁ, କର୍ଣ୍ଣରାଜ ପ୍ରଧାନ, ଘନ ସବର, କବିତା ନାୟକ, ଇଲ୍ଲାରାଣୀ ପ୍ରଧାନ, ବାସନ୍ତୀ ସାମଲ, ସିଲ୍ଲୀ ସେଠୀ, ଦେବାଶିଷ ଘୋଷ, ସଶ୍ମିତା ବେହେରା, ଫକୀର ଖଟୁଆ, ପ୍ରଦୀପ୍ତ କୁମାର ଦାସ,ବିନୟ ସାହୁ, ଇନ୍ଦ୍ରଗୋବିନ୍ଦ ପାଢ଼ିି ଓ ପ୍ରକାଶ ପହି ପ୍ରମୁଖ ଅଂଶ ଗ୍ରହଣ କରିଥିଲେ ।
Related Stories
November 23, 2024