-
ମିଳିତ ଅମଲା ମଞ୍ଚ ଆବାହକ ଙ୍କ ଇସ୍ତଫା ଦାବି
ଜୟପୁର, ଜୟପୁର କର୍ମଚାରୀ ଭବନ ଠାରେ ଓଡିଶା ଅମଲା ସଂଘ ଜୟପୁର ଉପଖଣ୍ଡ କୋରାପୁଟ ଜିଲ୍ଲାର ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଜୟପୁର ଉପଖଣ୍ଡ ଅମଲା ସଂଘ ସଭାପତି ମୋନାଲିସା ସ୍ବାଇଁ ଙ୍କ ଆହ୍ୱାନ କ୍ରମେ ଶତାଧିକ ଅମଲା ଉକ୍ତ ବୈଠକରେ ଯୋଗଦାନ କରିଥିଲେ । ଶ୍ରୀ ଶଶୀଭୂଷଣ ଦାଶ ସଭାପତି ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ, କୈଳାସ ସାମନ୍ତରାୟ ରାଜ୍ୟ ଆଞ୍ଚଳିକ ସମ୍ପାଦକ ଓଡ଼ିଶା ଅମଲା ସଂଘ ତଥା ଅଧ୍ୟକ୍ଷ ଓଡ଼ିଶା ଅମଲା ସଂଘ ନବରଙ୍ଗପୁର ଜିଲ୍ଲା ଶାଖା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।
ସମସ୍ତ ଉପସ୍ଥିତ ଅମଲା ମାନେ ନିଜ ନିଜର ଅଭିଭାଷଣ ପ୍ରଦାନ କରିବା ସହିତ ଅମଲା ମାନଙ୍କ ଏକ ମାତ୍ର ଦାବି କନିଷ୍ଠ ସହାୟକ ମାନଙ୍କ ପ୍ରବେଶିକା ଦରମା ହାର ଘୋଷଣା ରେ ବିଳମ୍ବ ଓ ବିଭିନ୍ନ ଆଳ ଦେଖାଇବା ଯୋଗୁଁ ସମସ୍ତେ ତିବ୍ର ଅସନ୍ତୋଷ ପ୍ରକାଶ କରିଥିଲେ। ରାଜ୍ୟ ସଂଘ ରାଜ୍ୟ ସରକାର ଙ୍କ ସହିତ ବାରମ୍ବାର ଆଲୋଚନା କରିବା ପରେ ମଧ୍ୟ କନିଷ୍ଠ ସହାୟକ ମାନଙ୍କ ଦାବି ଉପରେ ସରକାର କିଛି ନିର୍ଦିଷ୍ଟ କରିନଥିବା ଓ ଅମଲା ମାନଙ୍କ ମଧ୍ୟରେ ଭାଗ ଭାଗ କରେଇବା ପାଇଁ ଜିଲ୍ଲା ସ୍ତରୀୟ କିଛି ନେତୃବୃନ୍ଦ ଓ କିଛି ରାଜ୍ୟ ନେତୃତ୍ବ ଏପରି ପ୍ରୟାସ କରିବା ଦ୍ବାରା ସମସ୍ତେ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ । ଜିଲ୍ଲା ମିଳିତ ଅମଲା ମଞ୍ଚ ର ଆବାହକ ଅମଲା ମାନଙ୍କ ଦାବି ପୁରଣ କରାଇବାରେ ବିଫଳ ହୋଇଥିବା ଯୋଗୁଁ ଓ ରାଜ୍ୟ ସଂଘ ସହିତ ସାଲିସ୍ କରିଥିବା ଯୋଗୁଁ ଓ ରାଜ୍ୟ ନେତୃବୃନ୍ଦ ସରକାର ଙ୍କ ସହିତ ସାଲିସ୍ କରି ଅମଲା ମାନଙ୍କ ପ୍ରତି କୁଠାର ଘାତ କରିଥିବା ଯୋଗୁଁ ସମସ୍ତ ଉପସ୍ଥିତ ଅମଲା ଆବାହକ ଙ୍କ ଇସ୍ତଫା ଦାବି କରିଥିଲେ ଓ ରାଜ୍ୟ ସଂଘ ର ନେତୃବୃନ୍ଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଏଥିରେ ମୁଖ୍ୟତଃ ଶ୍ରୀ ସଞ୍ଜୟ କୁମାର ପଣ୍ଡା ସମ୍ପାଦକ ଓଡ଼ିଶା ଅମଲା ସଂଘ କୋରାପୁଟ ଜିଲ୍ଲା ଶାଖା, କେ ସୁବାସ ଚନ୍ଦ୍ର ଆଚାରି ସାଙ୍ଗଠନିକ ସମ୍ପାଦକ, ସୁଜାତା ମହାପାତ୍ର, କାର୍ଯ୍ୟ କାରିଣୀ ସଦସ୍ୟା, ଜଗେନ୍ଦ୍ର ଚୈଧୁରି ମୁଖ୍ୟ ଉପଦେଷ୍ଟା, ରାଜେନ୍ଦ୍ର ନାରାୟଣ ପାଢ଼ୀ ଯୁଗ୍ମ ସମ୍ପାଦକ, ଶ୍ରୀ ସତ୍ୟ ରଞ୍ଜନ ତ୍ରିପାଠୀ କୋଷାଧ୍ୟକ୍ଷ, ତ୍ରିନାଥ ପଣ୍ଡା କାର୍ଯ୍ୟ କାରିଣୀ ସଦସ୍ୟ, ପ୍ରତିକ ମିଶ୍ର, ନାଗେଶ୍ଵର ରାଓ ଙ୍କ ସମେତ ଶତାଧିକ ଅମଲା ଯୋଗଦାନ କରିଥିଲେ ।