ଜୟପୁର: ଅବିଭକ୍ତ କୋରାପୁଟ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ପାଇଁ କୃଷି ଓ ନିଯୁକ୍ତି ଭିତ୍ତିକ ଶିଳ୍ପ ପ୍ରତିଷ୍ଠା, ସେଵା କାଗଜ କଳ ସମେତ ସମସ୍ତ ବନ୍ଦ କାରଖାନା ଖୋଲିବା, ରତ୍ନଗର୍ଭା ଅଵିଭକ୍ତ କୋରାପୁଟର ସିଜିମାଳି ଓ ଖୁଜିମାଳି ସମେତ ସମସ୍ତ ଖଣି,ଖାଦାନ, ଜଙ୍ଗଲ ଓ ଜଳ ସମ୍ପଦର ଲୁଣ୍ଠନ ପାଇଁ କର୍ପୋରେଟ ପୁଞ୍ଜିପତିଙ୍କୁ ଉଭୟ କେନ୍ଦ୍ର ଓ ରାଜ୍ଯ ସରକାର ଦେଇଥିବା ମଞ୍ଜୁରୀ ବାତିଲ, ଭୂମିହୀନ ଆଦିବାସୀଙ୍କୁ ଘର ଡିହ ଓ ଚାଷ ଜମି ପଟ୍ଟା ଦାଵିରେ ଆଜି ଜୟପୁରର ଶହୀଦ ଲକ୍ଷ୍ମଣ ନାୟକ ସ୍ମୃତି ମଣ୍ଡପ ନିକଟରେ ଏଆଇଟିୟୁସି ପକ୍ଷରୁ ଆୟୋଜିତ ବିଶାଳ ଶ୍ରମିକ ସମାବେଶରେ ଶ୍ରମିକ ଓ କୃଷକ ନେତାମାନେ ଦାବି କରିଛନ୍ତି।ଲକ୍ଷ୍ମୀ ଇନ୍ଦିରା ଛକଠାରୁ ସହସ୍ରାଧିକ ଶ୍ରମିକଙ୍କର ଲାଲ ପତାକା ସହ ଏକ ଵର୍ଣ୍ଣାଢ୍ଯ ଶୋଭାଯାତ୍ରା ସମାଵେଶ ସ୍ଥଳରେ ପହଞ୍ଚିଥିଲା। ଵିଶିଷ୍ଟ ଶ୍ରମିକ ନେତା ପ୍ରମୋଦ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରମିକ ସମାଵେଶରେ ଏଆଇଟିୟୁସି ର ଜାତୀୟ ସମ୍ପାଦକ ରାମ କୃଷ୍ଣ ପଣ୍ଡା, ରାଜ୍ଯ ସଭାପତି ଅଶୋକ ଦାଶ, ରାଜ୍ଯ ସାଧାରଣ ସମ୍ପାଦକ ଵିଜୟ ଜେନା, ଅଖିଳ ଭାରତ କୃଷକ ସଭା ସର୍ଵ ଭାରତୀୟ ଉପସଭାପତି ଆଶିଷ କାନୁନଗୋ, କାର୍ଯ୍ଯକାରୀ ସଭାପତି ମହେଶ୍ଵର ରାଉତ, ଉପସଭାପତି ଗୌରାଙ୍ଗ ପାଣିଗ୍ରାହୀ, ଜୟନ୍ତ ଦାସ, ମାୟାଧର ନାୟକ, ନିଖିଳ ଓଡିଶା ଅଙ୍ଗନଓ୍ଵାଡି କର୍ମୀ ସଂଘର ସାଧାରଣ ସମ୍ପାଦକ ହରପ୍ରିୟା ସ୍ଵାଇଁ, ସେଵା କାଗଜ କଳ ଶ୍ରମିକ ସଂଘର ସମ୍ପାଦକ ପ୍ରଦୀପ ପାଙ୍ଗିଆ, ଅଭ୍ଯର୍ଥନା କମିଟି ଅଧ୍ୟକ୍ଷ ତଥା କମ୍ଯୁନିଷ୍ଟ ନେତା ଯୁଧିଷ୍ଠିର ରାଉଳ ପ୍ରମୁଖ ଵକ୍ତଵ୍ଯରେ ଦେଶ ତଥା ରାଜ୍ଯର ଶ୍ରମିକ, କୃଷକ ଓ ଜନସାଧାରଣ, ମୋଦୀ ଓ ନବୀନ ସରକାର ଦ୍ଵାରା ନିର୍ଯାତିତ ଓ ଲୁଣ୍ଠିତ ହେଉଛନ୍ତି, ତା’ର ନିଖୁଣ ଚିତ୍ର ଦର୍ଶାଇ ଏହି ଉଭୟ ସରକାରଙ୍କୁ ହଟାଇଵାକୁ ଆହ୍ଵାନ ଦେଇଥିଲେ। ନିକଟରେ ରାୟଗଡ଼ା,ମାଲକାନଗିରି ଓ କୋରାପୁଟରେ ବିଭିନ୍ନ ସ୍ଥାନରେ ବେଆଇନ ଭାବେ ଖଣି ଦେଵା ସହ ସ୍ଥାନୀୟ ଅଧିବାସୀଙ୍କୁ ଵିସ୍ଥାପନ କରିଵା ଏଵଂ ଏହା ବିରୁଦ୍ଧରେ ପ୍ରତିଵାଦକାରୀଙ୍କୁ ୟୁଏପିଏ ଭଳି ଜଘନ୍ୟ ଆଇନର ଅପପ୍ରୟୋଗ କରି ଗିରଫଦାରିକୁ ଦୃଢ ନିନ୍ଦା କରାଯାଇଥିଲା। ଓଡ଼ିଶାର ଶ୍ରମିକ ଶ୍ରେଣୀର ସର୍ଵନିମ୍ନ ମଜୁରୀ ଗତ ୬ଵର।ଷଧରଇ ସଂଶୋଧନ କରାଯାଇନଥିଵାରୁ ପ୍ରବାସୀ ଦାଦନ ଶ୍ରମିକ ଵୃଦ୍ଧି ପାଇବାରେ ଲାଗିଛି। ଆସଂଗଠିତ କ୍ଷେତ୍ରର ସ୍କିମ୍ ଓ୍ଵାର୍କର ସମେତ ସଂଖ୍ୟାଧିକ ମହିଳା ଶ୍ରମିକ ଶୋଭାଯାତ୍ରାରେ ଅଂଶଗ୍ରହଣ କରିଥିଲେ।
ଅକ୍ଟୋଵର ୧୫ ଓ ୧୬ ଦୁଇ ଦିନିଆ ରାଜ୍ଯ ପରିଷଦ ବୈଠକରେ ପ୍ରକଳ୍ପ ଶ୍ରମିକଙ୍କ ଵିଭିନ୍ନ ଦାଵି, ସର୍ଵ ନିମ୍ନ ମଜୁରୀ ମାସିକ ୨୬ ହଜାର ଟଙ୍କା, ସର୍ଵ ନିମ୍ନ ପେନସନ ୬ହଜାର ଟଙ୍କା, ଇପିଏଫ୍ ପେନସନ ଧାରୀଙ୍କୁ ସର୍ବନିମ୍ନ ୯ହଜାର ଟଙ୍କା, ଶ୍ରମିକ ଵିରୋଧୀ ୪ଟି ଶ୍ରମ କୋଡ଼ ର ବାତିଲ, ସମସ୍ତଙ୍କୁ ବାର୍ଦ୍ଧକ୍ୟ କାଳୀନ ମାସିକ ୬ହଜାର ଟଙ୍କା ପେନସନ, ରାଷ୍ଟ୍ରାୟତ୍ତ ସଂସ୍ଥାର ବିକ୍ରୟ ଓ ଘରୋଇକରଣ ବନ୍ଦ କରିଵା, ସମସ୍ତ ବନ୍ଦ କର କାରଖାନା ଚାଲୁ କରିଵା, ସେଵା କାଗଜ କଳାକୁ ପୁର୍ଣ୍ଣ କାର୍ଯ୍ୟକ୍ଷମ କରିଵା, ଅବସର ନେଇଥିବା ସମସ୍ତ ଶ୍ରମିକଙ୍କୁ ତାଙ୍କ ଦେୟ ପ୍ରଦାନ, ଶ୍ରମିକ ଓ ଜନଗଣଙ୍କ ସାମାଜିକ ନିରାପତ୍ତାକୁ ସାର୍ବଜନୀନ କରିଵା, କୃଷକଙ୍କ ଦାଵି ପୂରଣ ଇତ୍ୟାଦି ବିଷୟରେ ସବିଶେଷ ଆଲୋଚନା ସହ ଭବିଷ୍ୟତ କାର୍ଯ୍ଯ ପନ୍ଥା ଗ୍ରହଣ କରାଯିଵ ବୋଲି କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି।