
ଭୁବନେଶ୍ୱର, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମହାରାଷ୍ଟ୍ରରେ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣା ମାମଲାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ ଲେଖିଛନ୍ତି, ମହାରାଷ୍ଚ୍ରର ସମୃଦ୍ଧି ଏକ୍ସପ୍ରେସ ୱେରେ ଘଟିଥିବା ଦୁର୍ଘଟଣାରେ ମୂଲ୍ୟବାନ ଜୀବନ ହାନି ହେବା ସୂଚନା ଜାଣି ମୁଁ ଖୁବ ଦୁଃଖିତ । ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକ ମାନଙ୍କ ପରିବାର ପ୍ରତି ସମବେଦନା ଜ୍ଞାପନ କରିବା ସହ ଆହତ ମାନଙ୍କର ଶୀଘ୍ର ଆରୋଗ୍ୟ କାମନା କରୁଛି ।