କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ରେଳୱ ଇଣ୍ଡୋର ହଲ ଠାରେ ଓଡିଶା ଟାଏକୋଣ୍ଡୋ ସଙ୍ଘ ଦ୍ୱାରା ଆୟୋଜନ କରାଯାଇଥିଲା | ଏହି ସେମିନାରେ 200ରୁ ଉର୍ଦ୍ଧ ବାଳକ ଓ ବାଳିକା ନୂଆ ଆଉ ରିଫ୍ରେଶର ରେଫେରୀ ମାନେ ଅଂଶ ଗ୍ରହଣ କରିଥିଲେ | ଓଡିଶା ବ୍ୟତୀତ ପଶ୍ଚିମବଙ୍ଗ,କର୍ଣ୍ଣାଟକ,ଝାଡ଼ଖଣ୍ଡ, କର୍ଣ୍ଣାଟକ, ବିହାରରୁ ରେଫେରୀ ମାନେ ଅଂଶ ଗ୍ରହଣ କରିଥିଲେ | ଏହି ସେମିନାର ରେ ବିଶ୍ୱ ଟାଏକୋଣ୍ଡୋ ସଙ୍ଘ ର ପ୍ରତିଯୋଗିତାର ନୂତନ ନିୟମାବଳି ଗୁଡାକ ଶିକ୍ଷା ଦିଆଯାଇଥିଲା | କର୍ଣ୍ଣାଟକ ରାଜ୍ୟର ମାଷ୍ଟର ଥିରୁମଲ ଜେ , ଅନ୍ତର୍ଜାତୀୟ ରେଫରିଙ୍କୁ ପରୀକ୍ଷକ ଭାବେ ନିଯୁକ୍ତି ସଙ୍ଘ ତରଫରୁ ଆମନ୍ତ୍ରୀତ କରାଯାଇଥିଲା |ସେ ଏହି ସେମିନାରରେ ବିଶ୍ୱ ଟାଏକୋଣ୍ଡୋ ର ନୂତନ ନିୟମଗୁଦିକ ଶିକ୍ଷା ଦାନ ଦେଇଥିଲେ |
ଏହି ସେମିନାର ଇଲୋକ୍ଟ୍ରୋନି ସ୍କୋରିଙ୍ଗ(Electronic Scoring) ଆଉ ସେନସର(Sensor) ମାଧ୍ୟମରେ ସ୍କୋର ପ୍ରଣାଳୀ ଶିକ୍ଷା ଦାନ ଦେଇଥିଲେ | ଏହି ସେମିନାରରେ ମୁଖ୍ୟ ଅତିଥି ଶ୍ରୀ ରବି ଶଙ୍କର ପ୍ରତିହାରୀ, କୋଷାଧକ୍ଷ, ଓଡିଶା ଆଥଲେଟିକ ସଙ୍ଘ ଉପସ୍ଥିତ ରହି ଉତ୍ସାହିତ କରିଥିଲେ | ଓଡିଶା ଟାଏକୋଣ୍ଡୋ ସଙ୍ଘର ସଭାପତି ବ୍ୟମୋକେଶ ଅଭିଳାଷ ପ୍ରସାଦ, ଉପ ସଭାପତି ମନୋଜ କୁମାର ବାଦୀ ଉପସ୍ଥିତ ରହିଥିଲେ | ଟାଏକୋଣ୍ଡୋ ଫେଡେରେସନ ଅଫ ଇଣ୍ଡିଆ ର ସାଧାରଣ ସମ୍ପାଦକ ଶ୍ରୀ ପ୍ରଭାତ କୁମାର ଶର୍ମା ତାଙ୍କ ବାର୍ତାରେ ସମସ୍ତଙ୍କୁ ଶୁଭେଚ୍ଛା ସହ ସେମିନାରର ସଫଳତା କାମନା କରିଥିଲେ |
ରାଜ୍ୟ ସଙ୍ଘର ସମ୍ପାଦକ ଶ୍ରୀ ମନମୋହନ ଭଞ୍ଜ ସେମିନାରର ଅଂଶ ଗ୍ରହଣ କରିଥିବା ରେଫେରୀ ମାନଙ୍କର ଉଜ୍ୱଳ ଭବିଷ୍ୟତ କାମନା କରିଥିଲେ |