କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ,ସାକ୍ଷୀଗୋପାଳ ଅଳଗୁମ ପଂଚାୟତ ର ଖଣ୍ଡାୟତ ସାହିର, ସହୀଦ ବୀର ଯବାନ ଦେବାଶିଷ ବିଶ୍ୱାଳ ତଥା ସାହିତ୍ୟ ଙ୍କ ବୀର କାହାଣୀ କୁ ନେଇ ପର୍ଯ୍ୟବେଷିତ ହୋଇଛି ନାଟକ ‘ସାହିତ୍ୟ ଭାଇ ଅମର ରହେ’ | ପୁରୀ ଜିଲ୍ଲା ର ତିନୋଟି ବ୍ଲକ ସତ୍ୟବାଦୀ ଉତ୍କଳମଣି ଗୋପବନ୍ଧୁ ସ୍ମୁତି ମହାବିଦ୍ୟାଳୟ ଏବଂ ବ୍ରହ୍ମଗିରି ର ଅଲାରନାଥ ମନ୍ଦିର ନିକଟ ଏବଂ ପୁରୀ ସଦର ର ସମହରା ଗ୍ରାମ ରେ ନାଟକ ମଞ୍ଚସ୍ଥ ହୋଇଥିଲା |
ଏହା ସହିତ କାକଟପୁର ବ୍ଲକ ର ଗମେଣ୍ଟ ନୋଡାଲ ହାଇସ୍କୁଲ, କାକଟପୁର , ଅସ୍ତରଙ୍ଗ ଐସାନେଶ୍ଵର ବିଦ୍ୟାପୀଠ, ଅଠଶିରା ରେ ଏହିପରି ଭାବରେ ପାଞ୍ଚୋଟି ବ୍ଲକ ରେ ଦୁଇ ଦିନ ଭିତରେ ନାଟକ “ସାହିତ୍ୟ ଭାଇ ଅମର ରହେ” ମଞ୍ଚସ୍ଥ ହୋଇଥିଲା |
ଏହି ନାଟକ ଟିକୁ ରଚନା କରିଛନ୍ତି ସୁବାଷ ମିଶ୍ର ଏବଂ ନିର୍ଦେଶନା ଦେଇଛନ୍ତି ବିକ୍ରମ ସାହୁ | ରଙ୍ଗଶାଳା ର କଳାକାର ଦେବାଶିଷ ସିଂ,ରମେଶ ଦାସ୍, ଆଶିଷ ବେହେରା, ଓମ୍ ପ୍ରକାଶ ଦାସ୍, ସୂର୍ଯ୍ୟ କାନ୍ତ ବେହେରା, ସୌରଭ ନାୟକ, ଅଭିନାସ୍ ସାହୁ, ମଧୁସ୍ମିତା ସାହୁ, ସ୍ୱାତିଶ୍ରୀ ପରିଡ଼ା,ଶ୍ରାବଣୀ ନାୟକ,ଏବଂ ରୋଜାଲିନ ମଲିକ୍ ଏଥିରେ ଅଭିନୟ କରିଥିଲେ |ଶକ୍ତି ନାୟକ ଓ ପ୍ରଭାକର ବିଶ୍ୱାଳ ସଂଗୀତ ଦେଇଥିଲେ | `ନ୍ୟାସନାଲ ସ୍କୁଲ ଅଫ ଡ୍ରାମା ´, `ମିନିଷ୍ଟ୍ରି ଅଫ କଲଚର, ନୂଆଦିଲ୍ଲୀ´ ଦ୍ୱାରା `ମୋ ମାଟି ମୋ ଦେଶ´ କାର୍ଯ୍ୟକ୍ରମ ଆନୁକୂଲ୍ୟ ରେ ଏହି ନାଟକ ପରିବେଷିତ ହୋଇଥିଲା |