କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ସଦର ବ୍ଳକର ଗଡମୃଗଶିରା ଗ୍ରାମ ପଞ୍ଚାୟତର ସୁନ୍ଦର ଗ୍ରାମରେ ଚାଲୁଥିବା ଯାନ୍ତ୍ରିକ ଉପାୟରେ ଧାଡ଼ି ବୁଣା କ୍ଷେତ ପରିଦର୍ଶନ କରିଛନ୍ତି ଓଡ଼ିଶା ସରକାରଙ୍କ କୃଷି ଓ ଖାଦ୍ୟ ସୁରକ୍ଷା ବିଭାଗର ଅତିରିକ୍ତ ସଚିବ ତଥା ପୁରୀ ଜିଲ୍ଲା ନୋଡାଲ ଅଫିସର ଶ୍ରୀମତୀ ଅଞ୍ଜନା ପଣ୍ଡା ।ଏହି ବ୍ଳକ ର ପାଞ୍ଚଟି ପଞ୍ଚାୟତର ୧୦୦ ହେକ୍ଟର ଜମିରେ ପରୀକ୍ଷା ମୂଳକ ଭାବେ ଯାନ୍ତ୍ରିକ ଉପାୟରେ ଧାଡି ବୁଣା ଧାନ ଚାଷ ସ୍ଥାନୀୟ ଚାଷୀମାନେ କରୁଛନ୍ତି। ଜିଲ୍ଲାର ନିମାପଡ଼ା ବ୍ଳକର ୧୩ଟି ପଞ୍ଚାୟତ ର ୧୫୦ ହେକ୍ଟର ଜମିରେ ମଧ୍ୟ ଏହି ଧାଡି ବୁଣା ଧାନଚାଷ ହୋଇଛି। ଓଡ଼ିଶା ସରକାରଙ୍କ କୃଷି ବିଭାଗର ସହାୟତା, ପୁରୀ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟ ର ପ୍ରତ୍ୟକ୍ଷ ତତ୍ବାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ କ୍ଷେତ୍ର ସ୍ତରରେ ଡେଭଲପମେଣ୍ଟ ରିସୋର୍ସ ସେଣ୍ଟର ନାମକ ସ୍ବେଛାସେବୀ ସଂସ୍ଥା ସମ୍ପାଦନା କରୁଛନ୍ତି। ଅତିରିକ୍ତ ସଚିବଙ୍କ ସହିତ ଜିଲ୍ଲା କୃଷି ଅଧିକାରୀ ବରୁଣ କୁମାର ବେହେରା, ଉଦ୍ୟାନ ବିଭାଗ ଉପ କୃଷି ନିର୍ଦ୍ଦେଶକ ମଞ୍ଜୁଳା ତ୍ରିପାଠୀ, ମୃତ୍ତିକା ସଂରକ୍ଷଣ ସହକାରୀ ନିର୍ଦ୍ଦେଶକ ସ୍ୱୟଂପ୍ରଭା ଦାସ,ସ୍କିମ୍ ଅଫିସର ନରେଶ ଚନ୍ଦ୍ର ସାହୁ , ସଦର ବ୍ଳକ ସହକାରୀ କୃଷି ଅଧିକାରୀ ରାଜଲକ୍ଷ୍ମୀ ସାହୁ, ସଦର ବ୍ଳକ ସହକାରୀ ଉଦ୍ୟାନ ଅଧିକାରୀ ସମ୍ବିତ ଆଚାର୍ଯ୍ୟ,ସଦର ବିଟିଏମ ମହେନ୍ଦ୍ର କୁମାର ତ୍ରିପାଠୀ, କୃଷକ ସାଥୀ ବେଣୁଧର ବେହେରା ଓ ପ୍ରକାଶ ଚନ୍ଦ୍ର ପରିଡା ଏବଂ ସମାଜସେବୀ ଅମୂଲ୍ୟ କୁମାର ବେହେରା ଯୋଗଦେଇଥିଲେ। ଡେଭଲପମେଣ୍ଟ ରିସୋର୍ସ ସେଣ୍ଟର ର ସମ୍ପାଦକ ସମାଜସେବୀ ଯୁଧିଷ୍ଠିର ପ୍ରଧାନ ଯାନ୍ତ୍ରିକ ଉପାୟରେ ଧାଡି ବୁଣା ଧାନ କ୍ଷେତ ସ୍ଥଳରେ ଉପସ୍ଥିତ ରହି ସଚିବଙ୍କ ସମେତ ସମସ୍ତ ଅଧିକାରୀ ମାନଙ୍କୁ ସ୍ୱାଗତ ଜଣାଇବା ସହିତ କ୍ଷେତ୍ର ପରିଦର୍ଶନ କରାଇଥିଲେ।ସୁନ୍ଦର ଗ୍ରାମର ଚାଷୀମାନେ ଉପସ୍ଥିତ ରହି ସଚିବଙ୍କ ସହିତ ଭାବ ବିନିମୟ କରିଥିଲେ। ଅତିରିକ୍ତ ସଚିବ ଏହି କ୍ଷେତ୍ର ପରିଦର୍ଶନ କରି ଖୁସି ବ୍ୟକ୍ତ କରିଛନ୍ତି। ଅତିରିକ୍ତ ସଚିବ ଶ୍ରୀମତୀ ପଣ୍ଡା ପୁରୀ ସଦର ବ୍ଳକର ବାଲିଗୁଆଳି ଫାର୍ମ ହାଉସ,ସମଗରାଠାରେ ଅବସ୍ଥିତ ପରିବା ପ୍ୟାକ ହାଉସ୍,ଅରେଇପଡା ରେ ପାନ କ୍ଳଷ୍ଟର ଓ ଗଡମୃଗଶିରା ଶୀତଳ ଆଳୁ ଭଣ୍ଡାର ସ୍ଥଳ ପରିଦର୍ଶନ କରିଥିଲେ। ସନ୍ଧ୍ୟାରେ ସର୍କିଟ ହାଉସ ରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଓ ବ୍ଳକ୍ ଅଧିକାରୀ ମାନଙ୍କୁ ନେଇ ସମୀକ୍ଷା ବୈଠକ କରାଯାଇଥିଲା।
Related Stories
November 22, 2024