ବ୍ରହ୍ମପୁର,ବହୁ ପ୍ରତୀକ୍ଷିତ ଆମ୍ବପୁଆ ରକ୍ ଗାର୍ଡେନ ଶନିବାର ସନ୍ଧ୍ୟାରେ ସର୍ବସାଧାରଣଙ୍କ ପାଇଁ ଲୋକାର୍ପଣ ହୋଇଯାଇଛି । ପ୍ରଥମ ଦିନ ନିର୍ବାଚିତ ପ୍ରତିନିଧି, ବରିଷ୍ଠ ପ୍ରଶାସକ ଓ ପୁଲିସ୍ ଅଧିକାରୀ, ଗଣମାଧ୍ୟମ ପ୍ରତିନିଧିଙ୍କୁ ବୁଳିବାର ସୁଯୋଗ ଦେଇଛି ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷ(ବିଡିଏ) । ଶନିବାର ବ୍ରହ୍ମପୁର ସାଂସଦ ଚନ୍ଦ୍ରଶେଖର ସାହୁ, ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ବିଧାୟକ ବିକ୍ରମ କୁମାର ପଣ୍ଡା, ଦକ୍ଷିଣାଞ୍ଚଳ ରାଜସ୍ଵ କମିଶନର ଟି ଆଓ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଡ.ଉମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ରାଜ୍ୟ କାଜୁ ନିଗମ ଅଧ୍ୟକ୍ଷ ସୁବାଷ ମହାରଣା, ମେୟର ସଂଘମିତ୍ରା ଦଳେଇ, ଡେପୁଟି ମେୟର ଇ.ବିବେକ ରେଡ୍ଡି, ଦକ୍ଷିଣାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ, ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ଉପଜିଲ୍ଲାପାଳ ଆଶୁତୋଷ କୁଲକର୍ଣି, ନିଗମ କର୍ମଶନର ଜେ.ସୋନାଲ, ଅତିରିକ୍ତ କମିଶନର ତଥା ବିଡିଏ ସଚିବ ସମ୍ବିତ ରାଉତ ସମେତ ନିଗମର ବହୁ କର୍ପୋରେଟର, ଛାତ୍ର ଜୋନ୍ ସଭାପତି ଜ୍ୟୋତିରଞ୍ଜନ ସାହୁ, ଛାତ୍ର ସଭାପତି ଶୋଭନ ନାୟକଙ୍କ ସମେତ ବହୁ ଅଞ୍ଚଳବାସୀ ଉପସ୍ଥିତ ଥିଲେ । ଅନ୍ୟ ପାର୍କ ଠାରୁ ଭିନ୍ନ ଏହି ପାର୍କର ନିର୍ମାଣ ଶୈଳୀ, ବିଭିନ୍ନ ବର୍ଗ ଲୋକଙ୍କ ମନୋରଞ୍ଜନ ପାଇଁ ଏଠାରେ ରହିଥିବା ସୁବନ୍ଦୋବସ୍ତ ଏବଂ ବିଶେଷକରି ନିର୍ମାଣ ବିଶେଷତ୍ଵ ଯୋଗୁ ରାଜ୍ୟ ତଥା ଦେଶର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହୋଇପାରିବ । ପ୍ରତିବର୍ଷ ହଜାର ହଜାର ପର୍ଯ୍ୟଟକ ଏହାକୁ ଦେଖିବାକୁ ବ୍ରହ୍ମପୁର ଆସିବେ ବୋଲି ପ୍ରଥମ ଦିନର ପରିଦର୍ଶନ କରି ଜନ ପ୍ରତିନିଧି ଓ ପ୍ରଶାସନିକ ଅଧିକାରୀ ମାନେ ମତ ଦେଇଛନ୍ତି ।
ନିଗମର ୪୨ନମ୍ବର ୱାର୍ଡ ଆମ୍ବପୁଆ ନିକଟରେ ଅବ୍ୟବହୃତ ହୋଇ ପଡ଼ିଥିବା ୯ଏକର ସରକାରୀ ଜମିରେ ନିର୍ମାଣ କରିଛି ରକ୍ ଚାର୍ଜେନ୍ । ରକ୍ ଗାର୍ଡନ୍ରେ କୁନି ପିଲାଙ୍କ ପାଇଁ ହାଏ ଫାଉଣ୍ଟେନ୍, ପାଦ ଚଲା ରାସ୍ତା, ସାଇକେଲ୍, ୱାଟରଫଲ୍, ଲାମିନାର୍ ଫାଉଣ୍ଟେନ୍, ୱାଚ୍ ଟାୱାର, ପଥର କାରୁକାର୍ଯ୍ୟ, ପ୍ରାଚୀନ ସଭ୍ୟତାର ଶିଳାଲେଖ ଓ କଳାକୃତି, ମୁକ୍ତ ମଞ୍ଚ, ଫୁଡ୍ କୋର୍ଟ, ଇଣ୍ଡିଜିନିୟସ୍ ଫରେଷ୍ଟ, ମିନି ପ୍ଲାନେଟରିୟମ୍ ନିର୍ମାଣ କରାଯାଇଛି । ନିଜର ପଢିଲ୍ ହାଇସ୍ ଓ କସମସ୍ ଆର୍ଟ ଗ୍ୟାଲେରୀ ରକ୍ ଗାର୍ଡେନ୍ର ବିଶେଷ ଆକର୍ଷଣ । ଏହା ପର୍ଯ୍ୟଟକଙ୍କୁ ରକ୍ ଭାର୍ଡେନ୍ ପ୍ରତି ଆକର୍ଷିତ କରିବ । ରକ୍ ଗାର୍ଡେନ ନିର୍ମାଣ ପାଇଁ ୨୦୧୫ରେ ବିଡିଏ ଘୋଷଣା କରିଥିଲା । ସ୍ଥାନ ନିରୂପଣ, ଡିପିଆର ପ୍ରସ୍ତୁତି ସହ ଅନ୍ୟାନ୍ୟ କାର୍ଯ୍ୟ ପାଇଁ ପ୍ରାୟ ୪ବର୍ଷ ଲାଗିଯାଇଥିଲା । ୨୦୧୯ରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା । କରୋନା ପାଇଁ ରକ୍ ଗାର୍ଡେନ ନିର୍ମାଣରେ ବର୍ଷକ ସମୟ ଅପଚୟ ହୋଇଥିଲା। ଫଳକ ଶେଷ ସୁଦ୍ଧା ଏହାର ବ୍ୟୟ ରାଶି ୧୪ କୋଟି ୮୫ ଲକ୍ଷରେ ପହଞ୍ଚିଛି ବୋଲି ବିଟିଏ ସୂତ୍ରରୁ ପ୍ରକାଶ । ଯାହା ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ତଥା ପରିବେଶ ପ୍ରେମୀଙ୍କୁ ଏକ ନୂତନ ଠିକଣା ଯୋଗାଇବ ବୋଲି ଅତିଥିମାନେ ମତ ଦେଇଛନ୍ତି ।