-
୩୦୦ରୁ ଉର୍ଦ୍ଧ୍ବ ପ୍ରତିଯୋଗୀଙ୍କ ଯୋଗଦାନ
ବ୍ରହ୍ମପୁର,ସଂସ୍କୃତି ପ୍ରେମୀ ଅତିଥି, ବହୁ ଗଣମାଧ୍ୟମ ବ୍ୟକ୍ତିତ୍ୱ ତଥା ଅଭିଜ୍ଞ ସମ୍ପନ୍ନ ରେଫେରିଙ୍କ ଗହଣରେ ଚତୁର୍ଦ୍ଦଶ କୁଆଁର ପୁନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମ ନିମନ୍ତେ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଷ୍ଟାଡିୟମ ଠାରେ ଲୁପ୍ତପ୍ରାୟ ଗ୍ରାମୀଣ ମହିଳା କ୍ରୀଡା ପ୍ରତିଯୋଗିତା ରବିବାର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମକୁ ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରଫୁଲ୍ଲ ମହାନ୍ତି ଉଦଘାଟନ କରିଥିଲେ। ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ। ଅନ୍ତର୍ଜାତୀୟ ଖ୍ୟାତି ସମ୍ପନ୍ନ ଖେଳାଳୀ ଏସ. ରାଜେଶ ବାବୁ ଆଚାରି ସମ୍ମାନିତ ଅତିଥି ଭାବେ ଯୋଗଦେଇ
ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିଥିଲେ। କୁଆଁର ପୁନେଇଁ ଜହ୍ନ ଲୋ କାର୍ଯ୍ୟକ୍ରମର ମୁଖ୍ୟ ସଂଯୋଜିକା ତଥା ବିଶିଷ୍ଟ ମନସ୍ତତ୍ତ୍ୱବିତ୍ ସୁଦୀପ୍ତା ପାଣିଗ୍ରାହୀଙ୍କ ସଂଯୋଜନାରେ ତଥା
କୁଆଁର ପୁନେଇ ସଙ୍ଗୀତର ଧୁନ ର ତାଳେ ତାଳେ ସାତଗୋଟି ଗ୍ରାମୀଣ ମହିଳା କ୍ରୀଡ଼ାରେ ବ୍ରହ୍ମପୁର ଓ ଆଖପାଖରୁ ପ୍ରାୟ ତିନିଶହରୁ ଉର୍ଦ୍ଧ୍ବ ଝିଅ ଅଂଶଗ୍ରହଣ କରିଥିଲେ। ମଧୁମାୟା ପାଣିଗ୍ରାହୀ ଫାଉଣ୍ଡେସନର ମୁଖ୍ୟ ଆବାହକ ତଥା ଆନ୍ତର୍ଜାତିକ ଖ୍ୟାତିସମ୍ପନ୍ନ ମଞ୍ଚ ଉପସ୍ଥାପକ ହୃଷୀକେଶ ପାଣିଗ୍ରାହୀ ସଭାପତିତ୍ୱ କରିଥିବା ବେଳେ ଫାଉଣ୍ଡେସନ ଓ କୁଆଁର ପୁନେଇ ଜହ୍ନ ଲୋ -୨୦୨୩ ଉତ୍ସବ କମିଟି ତରଫରୁ ତ୍ରିପତି ବାଲାଜି ପାତ୍ର, ଡକ୍ଟର ମିହୀର କୁମାର ତ୍ରିପାଠୀ, ଡି.ସୋମେୟା, ସୁନିଲ ପଟ୍ଟନାୟକ, ଭବାନୀ ଶଙ୍କର ମହାପାତ୍ର, ଡକ୍ଟର ବିଶ୍ୱନାଥ ପାଣିଗ୍ରାହୀ, ଭଗବାନ ମହାରଣା, ନଳିନୀ କାନ୍ତ ଗୌଡ଼, ସୋନାଲି ପଣ୍ଡା, ଡକ୍ଟର ପ୍ରବୀର୍ ଦାଶ, ରବୀନ୍ଦ୍ର ଗୌଡ, କୃପାସିନ୍ଧୁ ସାହୁ, ସଂହିତା ପାଣିଗ୍ରାହୀ, ବସନ୍ତ ସାହୁ, ଜିତୁନ ସାହୁ, ସୁଶାନ୍ତ ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସଙ୍ଗୀତରେ ଥିଲେ ଚନ୍ଦନ।
କ୍ରୀଡା କାର୍ଯ୍ୟକ୍ରମକୁ ରାଜ୍ୟ ଓ ଜାତୀୟ ସ୍ତରର କ୍ରୀଡ଼ାବିତ ଓ ରେଫେରି ବିନାୟକ ହୋତା, ସୁକାନ୍ତି ପାତ୍ର, ଶରତ ମହାପାତ୍ର, ମନୋରମା ମହାପାତ୍ର, ବ୍ରଜ ଦାସ, ମହେନ୍ଦ୍ର ପାତ୍ର, ରବୀନ୍ଦ୍ର ମହାରଣା, ପରିଚାଳନା କରିଥିଲେ। ସମ୍ଭବ ହେଲଥ କ୍ଲିନିକ ତରଫରୁ ପ୍ରତିଯୋଗୀ ମାନଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯାଇଥିଲା। ଏହି ଅବସରରେ ଅନ୍ତର୍ଜାତୀୟ ଖେଳାଳୀ ଶ୍ରୀ ଆଚାରୀଙ୍କୁ ସମ୍ମାନିତ କରାଯାଇଥିଲା।
ବିଭିନ୍ନ କ୍ରୀଡ଼ାରେ ସୁଜ୍ଞାନୀ, ଆଦିତ୍ୟା, ଗାୟତ୍ରୀ, ପ୍ରିୟଙ୍କା, ମମତା, ଅପର୍ଣ୍ଣ।,ଅନ୍ୱେସା, ସନ୍ତୋସିନି, ସୁପ୍ରିତା, ରୋଜାଲିନି, ଲକି, ବର୍ଷା, ରଶ୍ମି, ଅସ୍ମିତା, ସୋନାଲି, ମଙ୍ଗୁଳି, ଟି ଲକ୍ଷ୍ମୀ, ଅର୍ଚ୍ଚିତା, ଚିନ୍ମୟୀ, କସ୍ତୁରୀ, ଅର୍ପିତା ପ୍ରମୁଖ କୃତିତ୍ୱ ହାସଲ କରଥିଲେ।
ଏହି ବିଜୟିନୀମାନଙ୍କୁ ସୋମବାର ଠାରୁ ସ୍ୱତନ୍ତ୍ର ନୃତ୍ୟ ତାଲିମ ଦିଆଯିବ ବୋଲି କମିଟିର ସଂସ୍କୃତି ନିର୍ଦେଶକ ଡକ୍ଟର ତ୍ରିପାଠୀ କହିଛନ୍ତି। ତାଲିମ ପରେ ଏମାନେ କୁଆଁର ପୁନେଇଁ ଜହ୍ନ ଲୋ.. ମହୋତ୍ସବରେ ଚଳିତ ମାସ ୨୮ ତାରିଖ ଦିନ ଆଇଟିଆଇ ପରିସରରେ ଥିବା ଅଡିଟୋରୀୟମରେ ବହୁ ଜାତୀୟ ଓ ଅନ୍ତର୍ଜାତୀୟ ବ୍ୟକ୍ତିତ୍ୱଙ୍କ ସମ୍ମୁଖରେ ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି ବୋଲି ମୁଖ୍ୟ ଆବାହକ ଶ୍ରୀ ପାଣିଗ୍ରାହୀ କହିଛନ୍ତି।