ଗଞ୍ଜାମ,ଚିକିଟି ବ୍ଲକର ପଡ୍ରଚୁଡି ଗ୍ରାମରେ ବହୁ ସଂଖ୍ୟାରେ ଗୋରୁ ଗାଈ ବସନ୍ତ ରୋଗରେ ସଂକ୍ରମିତ ହୋଇଛନ୍ତି । ଗତ ସପ୍ତାହ ମଧ୍ୟରେ ଦୁଇଟି ବାଛୁରୀ ଓ ଦୁଇଟି ବଳଦ ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁ ବରଣ କରିଥିବା ସୂଚନା ମିଳିଛି । ନୂଆପଡା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ପ୍ରତିକାର ଓ ଚିକିତ୍ସା ବ୍ୟବସ୍ଥା କରାଯିବା ସତ୍ୱେ ଗୋବସନ୍ତ କମିବା ନାଁ ଧରୁନାହିଁ । ଜିଲ୍ଲା ପ୍ରାଣୀଧନ ଚିକିତ୍ସା ବିଭାଗ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରିବାକୁ ଗୋପାଳମାନଙ୍କ ପକ୍ଷରୁ ଦାବି ହେଉଛି ।
Related Stories
December 21, 2024