
-
୧୭ତାରିଖରେ ରାଷ୍ଟ୍ରପତିଙ୍କୁ ଦାବି ପତ୍ର ପ୍ରଦାନ କରିବ ଜେଏମଏମ
ରାଉରକେଲା , ରାଉରକେଲାରେ ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଂଜଙ୍କ ମୃତ୍ୟୁ ମାମଲାକୁ ପ୍ରାୟ ଏକ ମାସ ବିତିବାକୁ ଯାଉଥିବା ବେଳେ ଏପର୍ଯ୍ୟନ୍ତ କେସ୍ ରେ କୌଣସି ସୁଫଳ ମିଳିନାହିଁ । ଅପରପକ୍ଷରେ ଆଜି ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଅଧ୍ୟକ୍ଷ ପାତ୍ରାସ ଏକ୍କା ଏକ ସାମ୍ବାଦିକ ସମ୍ମିଳନୀରେ ୧୭ତାରିଖ ଦିନ ରାଷ୍ଟ୍ରପତିଙ୍କୁ ଏନେଇ ଏକ ଦାବି ପତ୍ର ପ୍ରଦାନ ଲାଗି ଘୋଷଣା କରିଛନ୍ତି । ଏହା ଭିତରେ ରାଉରକେଲା ପୁଲିସି ଏହି ମାମଲାରେ ୧୪ ଜଣଙ୍କୁ ପଚରା ଉଚରା କରିଥିବା ବେଳେ ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ପଚାରିନାହିଁ । ସେପଟେ ସୁସ୍ମିତା ଯେଉଁ ହୋଟେଲରେ ଥିଲେ ତାହା ପରେ ପୁଣି ଆଉ ଏକ ହୋଟେଲ କୁଯାଇ ରହିଥିଲେ ବୋଲି ପୁଲିସି ଗଣମାଧ୍ୟମକୁ କହିଛି । ତେବେ ଆଜି ଏନେଇ ଜେଏମଏମ ର ଜିଲ୍ଲା ଅଧ୍ୟକ୍ଷ ପାତ୍ରାସ ଏକ୍କା କହିଛନ୍ତି ଯେ ସୁସ୍ମିତାଙ୍କ ପରିବାର ଲୋକେ ଯେଉଁ ଅଭିଯୋଗପତ୍ର ଦେଇଥିଲେ ସେନେଇ ପୁଲିସ ଏତଲା କରୁନି କାହିଁକି, ସେଥିରେ ଯାହା ଲେଖାଯାଇଛି ତାହା ଅମୁଳକ ନୁହେଁ । ସୁସ୍ମିତାଙ୍କ ମୋବାଇଲରେ ତାଙ୍କ ପରିବାର ଲୋକଙ୍କୁ କିଏ ମେସେଜ କରୁଥିଲା,ସିସିଟିଭି ଫୁଟେଜ ସବୁ ଗଲା କୁଆଡେ,ଅଂଟାଏ ପାଣିରେ ସେ ବୁଡି ମଲେ କେମିତି,ସେ ଯାଗାର ସିସିଟିଭି ଫୁଟେଜ କୁଆଡେ ଗଲା? ସୁସ୍ମିତାଙ୍କ ମୃତ୍ୟୁ ପରେ ଜଣେ ଏଏସଆଇ ଆଲିଶାଙ୍କ ମୃତ୍ୟୁ ଅନେକ ଷଡଯନ୍ତ୍ରକୁ ସୂଚାଉଛି । ପୋଷ୍ଟ ମର୍ଟମ ରିପୋର୍ଟ ଓ ଡାକ୍ତରଙ୍କୁ ଏନେଇ ପ୍ରଶ୍ନ କରାଯିବା ସହ ସେହି ରିପୋର୍ଟକୁ ନେଇ ମଧ୍ୟ ପ୍ରଶ୍ନ କରାଯାଇଛି । ଶେଷରେ ସେ କହିଛନ୍ତି ସୁସ୍ମିତା କାହାର କେଉଁକଥାକୁ ମାନୁ ନଥିଲେ ?ପ୍ରଶାସନର କେଉଁ ଘୋଟାଲା କୁ ସେ ସେ ଜାଣିଥିଲେ ? ଓ ତାହାକୁ ପର୍ଦ୍ଦାଫାଶ କରିବାକୁ ଚାହୁଁଥିଲେ ? ତାଙ୍କୁ କିଏ ପାଗଲୀ ବୋଲି କହିଲା? ଯଦି ସେ ପାଗଳୀ ତେବେ ଗତମାସ ୧୭ତାରିଖରେ ତାଙ୍କୁ ଏକଲା ନେଇ କିଏ କାହିଁକି ପଚରା ଉଚରା କରି ଷ୍ଟେ ଟ ମେଂଟ ନେଲା ? ସେ ସବୁ କିଏ ଭିଡିଓ କଲା ? ତାକୁ ପୁଣି ସୁସ୍ମିତା ଙ୍କୁ ଲାୁଚାଇଲା କିଏ? କଣ ପାଇଁ , ରାତିରେ ଜଣେ ଝିଅପିଲା କୁ ଧରି ବୁଲାଉଥିଲା କିଏ କଣ ଲାଗି ସେ ପଛର ରହସ୍ୟ କଣ ? ଏହି ଭଳି ନାନା ପ୍ରଶ୍ନରେ ଆଜି ପ୍ରଶାସନକୁ ଘେରା ଯିବା ସହ ଏହାର ସିବିଆଇ ଯାଂଚ ଲାଗି ଜେଏମଏମ ପକ୍ଷରୁ ଦାବି କରାଯାଇଛି ।