
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ପୁରୀ ନଗର କଂଗ୍ରେସ (କ) ପକ୍ଷରୁ ସଭାପତି ଛବିନ୍ଦ୍ର ପଢ଼ିଆରୀ ଙ୍କ ନେତୃତ୍ୱ ରେ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ଶରତ ପଟ୍ଟନାୟକ ଙ୍କ ଆହ୍ବାନ କ୍ରମେ ବିଜେଡ଼ି / ବିଜେପି ର ପ୍ରତିଶ୍ରୁତି ଓ ପ୍ରତାରଣା, କୃଷି ଓ କୃଷକ ଙ୍କ ସମସ୍ୟା , ବେକାର ଯୁବକ ଓ ଯୁବତୀଙ୍କ ନିଯୁକ୍ତି ସମସ୍ୟା, ବିପର୍ଯ୍ୟୟ ସ୍ଵାସ୍ଥ୍ୟ ବ୍ୟବସ୍ଥା , ବସ୍ତି ବାସିନ୍ଦା ଓ ଗରିବ ବାସହୀନ ଙ୍କ ସମସ୍ୟା, ବିଜେଡ଼ି ସରକାର ରେ ୨୩ବର୍ଷ ମହାଦୁର୍ନୀତି ର ଚିଠା, ଓ କଂଗ୍ରେସ ଶାସନ ସମୟର ଓଡିଶା ପ୍ରତୀ ଅବଦାନ କୁ ନେଇ ଏକ ପଦଯାତ୍ରା ଅନୁଷ୍ଠିତ ହୋଇଯାଅଛି ।ଏହି ପଦଯାତ୍ରା ରେ କଂଗ୍ରେସ ନେତା ଓ କର୍ମୀ ମାନେ ଘର ଘର ବୁଲି ବିଜେଡ଼ି ଓ ବିଜେପି ମିଳିତ ସରକାର ର ନିର୍ବାଚନ ଇସ୍ତାହାର କିଭଳି ପ୍ରତାରଣା ରେ ପରିଣତ ହେଲା ଯାହା ଫଳରେ ଅହେତୁକ ଦରଦାମ ବୃଦ୍ଧି ସହ ଲୋକଙ୍କ ଆର୍ଥିକ ମେରୁଦଣ୍ଡ ସମ୍ପୂର୍ଣ୍ଣ ଭୁଶୁଡ଼ି ପଡ଼ିବା ଆଦି ସମସ୍ତ ବିଷୟ ଘର ଘର ବୁଲି କଂଗ୍ରେସ ଦଳର ଏକ ଲିଫ୍ଟଲେଟ ମାଧ୍ୟମରେ ପ୍ରଚାର କରାଯାଇ ଥିଲା।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ ସଭାପତି ଜୟୀ ନାରାୟଣ ପଟ୍ଟନାୟକ, ବିନାୟକ ଦାସ ମହାପାତ୍ର, ବିଦ୍ୟୁତ୍ ଲତା ଆଚାର୍ଯ୍ୟ, ଜିଲ୍ଲା ଉପ ସଭାପତି ନିରଞ୍ଜନ ରଥ,ଜିଲ୍ଲା ମୁଖପାତ୍ର ସ୍ଵାଧୀନ କୁମାର ପଣ୍ଡା, ଅମରେନ୍ଦ୍ର ପାଇକରାଇ, ପୁରୀ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ମିଶ୍ର, ଛାତ୍ର କଂଗ୍ରେସ କାର୍ଯ୍ୟକାରୀ ସଭାପତି ରିସାନ ଦାଶ, ବିକ୍ରମ ପ୍ରଧାନ, ରାହୁଲ ନାୟକ, ସୋମନାଥ ସିଂ, ରୋଶନ ସାହା, ଅଭିଜିତ ସାମନ୍ତରାୟ, ସୁଭାଶିଷ ପାତ୍ରୀ, ଗୌରବ ପ୍ରଧାନ, ରାଜା ଦାଶ, ଅନୁକ୍ତା ଆକାଶ, ସାଇ ଜଗତ୍ ଜ୍ୟୋତି ଆଦି କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ l ଏହି କାର୍ଯ୍ୟକ୍ରମକୁ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ସୁକାନ୍ତ ପ୍ରଧାନ ସଂଯୋଜନା କରିଥିଲେ।