
କୈଳାଶ ଚନ୍ଦ୍ର ପଣ୍ଡାଙ୍କ ରିପୋର୍ଟ,
ଡାକ୍ତର ହେଉଛନ୍ତି ଦ୍ଵିତୀୟ ଭଗବାନ ଓ ସେବାର ଅନନ୍ୟ ପ୍ରତୀକ। ଏହି ଉକ୍ତି କୁ ଯିଏ ସାର୍ଥକ କରିଦିଏ ସେ ଲୋକଙ୍କ ହୃଦୟରେ ପାଲଟି ଯାଏ ଭଗବାନ। ସେହିପରି ଜଣେ ସେବାରେ ଭର୍ତ୍ତି ମଣିଷ ହେଉଛନ୍ତି କାୟାକଳ୍ପ ପୁରସ୍କାର ପ୍ରାପ୍ତ ଦୋଳବେଦୀ କୋଣ ପ୍ରାଥମିକ ଚିକିତ୍ସା କେନ୍ଦ୍ରର ଇନଚାର୍ଜ ଡକ୍ଟର ସୁନିଲ ତରାଇ। ୨୦୨୦ ମସିହା ମାର୍ଚ୍ଚ ୩୦ ତାରିଖରେ ପୁରୀରେ ଯୋଗଦେଇଥିଲେ। ମହାମାରୀ କୋରୋନା ରେ ତାଙ୍କର ସେବା ଓ ଅବଦାନ ଅତୁଳନୀୟ। ଯାହା ପାଇଁ ସେ ତରଙ୍ଗର ରୀୟଲିଟ ସୋ କରୋନା ଟାଇମ୍ ହିରୋ କାର୍ଯ୍ୟକ୍ରମରେ ଅଭିନେତା ସବ୍ୟସାଚୀ ମିଶ୍ର ଓ ତତ୍ ପରେ ୟୁନାଟେଡ କିଙ୍ଗଡମ୍ ରୁ ସମ୍ମାନିତ ହୋଇଥିଲେ। ସେ ତାଙ୍କ କାର୍ଯ୍ୟକାଳ ରେ ପୁରୀ ରେ ଅନେକ ଗରିବ ପିଲାଙ୍କୁ ନିଜ ଖର୍ଚ୍ଚ ରେ ପାଠ ପଢେଇବା ସହ ଅନେକ ମଠ ରେ ମାଗଣା ରେ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରନ୍ତି।ସେ ପୁରୀ ପୌରପାଳିକାର ସ୍ବାସ୍ଥ୍ୟ ଅଧିକାରୀ ଭାବେ କାର୍ଯ୍ୟକରିବା ସମୟରେ ପୁରୀ ର ସ୍ଵଚ୍ଛତା ଓ ପର୍ଯ୍ୟଟକ କିଭଳି ଭଲ ଖାଦ୍ୟ ର ସୁବିଧା ପାଇବେ ସେଥି ପାଇଁ ସେ ଧ୍ୟାନ ଦେଈ ଆସିଥିଲେ ଡ଼କ୍ଟର ତରାଇ।ଶ୍ରୀ ତରାଇ ମଧ୍ୟ ପୁରୀ ର ବିଭିନ୍ନ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ ସହ ଜଡ଼ିତ ରହି ସେବା କାର୍ଯ୍ଯ କରୁଥିଲେ । ଏବେ ତାଙ୍କର ଉଚ୍ଚ ଶିକ୍ଷା ପାଇଁ ରାଜ୍ୟ ବାହାରକୁ ଯାଉଥିବାରୁ ଆଜି ଦୋଳବେଦୀ କୋଣ ପ୍ରାଥମିକ ଚିକିତ୍ସାଳୟ ପରିସରରେ ପୁରୀ ସାମାଜିକ ଅନୁଷ୍ଠାନ ଆଟା, କୋଷ୍ଟଲ ଲାଇଫ୍, ସ୍ୱଚ୍ଛ ସବୁଜ ମିଶନ ପକ୍ଷରୁ ତାଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ପ୍ରଦାନ୍ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ଦୁଷ୍ମନ୍ତ ସାହୁ, ସତ୍ୟନାରାୟଣ ସାହୁ ଓ ଦେବରାଜ ଦାସ ପରିଚାଳନା କରିଥିଲେ।