
ଭୁବନେଶ୍ୱର, ଦାଦନ ଖଟିବାକୁ ଯାଇଥିବା ଶବ ହୋଇ ଫେରିଲେ । ମୟୂରଭଞ୍ଜ ଜିଲ୍ଲା ବେତନଟୀ ବ୍ଲକ୍ ଅଧିନରେ ଥିବା ମୁକ୍ତାପୁର ପଞ୍ଚାୟତ ଛୋଟରାୟପୁର ଗ୍ରାମର ନରେଶ ବେହେରା ଦାଦନ ଖଟିବାକୁ ତାମିଲନାଡୁ ଯାଇଥିଲେ । ତେବେ ସେଠାରେ ନରେଶଙ୍କର ମୃତ୍ୟୁ ହୋଇଥିଲା । ଅର୍ଥ ଅଭାବରୁ ପରିବାର ଲୋକେ ମୃତଦେହ ଆଣିପାରୁନଥିଲେ । ତେବେ ସମାଜସେବୀ ଲଲାଟେନ୍ଦୁ ବେହେରାଙ୍କ ସହାୟତାରେ ଆଜି ଗାଁକୁ ଫେରିଲା ମୃତଦେହ । ସମାଜସେବୀଙ୍କ ଉଦ୍ୟମ କ୍ରମେ ସରକାରଙ୍କୁ ତରଫରୁ 50ହଜାର ଟଙ୍କା ମିଳିପାରିଥିଲା । ଏହାପରେ ଦୀର୍ଘ 8ଦିନ ପରେ ତାମିଲନାଡୁରୁ ଗାଁକୁ ଆସିଛି ମୃତଦେହ । ନରେଶଙ୍କ ମୃତଦେହ ଗାଁରେ ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି । ପୂରା ପରିବାର ଦୁଃଖର ଭାଙ୍ଗିପଡିଛନ୍ତି ।