
ଭୁବନେଶ୍ୱର, ମୃତ୍ୟୁ ବେଳର ଲାଇଭ କରି ଜୀବନ ହାରିଲେ ଦୋକାନୀ । ଏଭଳି ଅଭାବନୀୟ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ବ୍ଳକ ଅନ୍ତର୍ଗତ ନାଗପୁର ବଜାରରେ । ମୃତ ବ୍ୟକ୍ତି ଜଣକ ହେଲେ 45 ବର୍ଷୀୟ ସୁଜିତ ସିହ୍ନା । ତାଙ୍କ ଘର ବନ୍ତଳି ଗାଁରେ ହୋଇଥିବା ବେଳେ ସେ ଜଣେ ମେଡିସିନ ଦୋକାନୀ । ତେବେ ସେ କାହିଁକି ଆତ୍ମହତ୍ୟା କରିଛନ୍ତି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଗୋପ ପୋଲିସ ଘଟଣାର ତଦନ୍ତ କରୁଛି ।