ପାଟଣା, ଦାନାପୁର ମଣ୍ଡଳର ରଘୁନାଥପୁର ଷ୍ଟେସନରେ ଟ୍ରେନ ଦୁର୍ଘଟଣା ପରେ ରେଲୱେ ପକ୍ଷରୁ ଏହାର ତଦନ୍ତ କରାଯାଉଛି । ପୂର୍ବ-ମଧ୍ୟ ରେଳର ମହାପ୍ରବନ୍ଧକ ତରୁଣ ପ୍ରକାଶ ଏବଂ ଦାନାପୁର ମଣ୍ଡଳର ମଣ୍ଡଳ ରେଳ ପ୍ରବନ୍ଧକ ଜୟନ୍ତ କୁମାର ଚୌଧୁରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିଲେ । ଦୁର୍ଘଟଣାର ତଦନ୍ତ ପାଇଁ ଗଠନ ହୋଇଥିବା କମିଟି ଦୁର୍ଘଟଣାସ୍ଥଳରେ ଛାନିଭନ କରିଛି । ଦିଲ୍ଲୀ ଓ କୋଲକାତାରୁ ଆସିଥିବା ରେଲୱେର ବରିଷ୍ଠ ଅଧିକାରୀ ତଦନ୍ତ ରିପୋର୍ଟ ମନ୍ତ୍ରାଳୟକୁ ପ୍ରଦାନ କରିବେ ।
ଟ୍ରେନ ଦୁର୍ଘଟଣାରେ 4ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 4ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଓ 26ଜଣ ସାମାନ୍ୟ ଆହତ ହୋଇଥିବା ମୁଖଞ ଲୋକସମ୍ପର୍କ ଅଧିକାରୀ ବୀରେନ୍ଦ୍ର କୁମାର ସୂଚନା ଦେଇଛନ୍ତି । ରେଲୱେ ପକ୍ଷରୁ ମୃତକଙ୍କ ପରିବାରବର୍ଗଙ୍କୁ ଦଶ ଲକ୍ଷ ଟଙ୍କାର ଅନୁଦାନ ରାଶି ପ୍ରଦାନ କରାଯାଇଛି । ସେହିପରି ଆହତଙ୍କୁ 50ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ସମସ୍ତ ଯାତ୍ରୀଙ୍କୁ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବା ନିମନ୍ତେ ରେଲୱେ ପକ୍ଷରୁ ବ୍ୟବସ୍ଥା କରାଯାଇଛି ।