ଭୁବନେଶ୍ୱର, ଲୋକଙ୍କୁ ଭୁଆଁ ବୁଲାଇବାକୁ ଦିଲ୍ଲୀ ଯାଉଛନ୍ତି ବିଜେପି ବିଧାୟକ ବୋଲି ଅଭିଯୋଗ କରିଛନ୍ତି ପିସିସି ସଭାପତି ଶରତ ପଟ୍ଟନାୟକ । ରାଜ୍ୟରେ ହେଉଥିବା ଦୁର୍ନୀତି ସମ୍ପର୍କରେ ଜଣାଇବାକୁ ବିଜେପି ବିଧାୟକ ମାନେ ଖୁବ୍ ଶୀଘ୍ର ଦିଲ୍ଲୀ ଯାଇ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଓ ଗୃହମନ୍ତ୍ରୀଙ୍କୁ ଭେଟିବେ । ଏହି ପ୍ରସଙ୍ଗରେ ବିଜେପି ଟାର୍ଗେଟ୍ କରି ପିସିସି ସଭାପତି କହିଛନ୍ତି ଯେ ବିଜେପି ଓ ବିଜେଡି ଏକ୍ । ଯେତେ ଦିଲ୍ଲୀ ଗଲେ ବି କେନ୍ଦ୍ର ଶୁଣିବନି । ନା ଇଡି ଆସିବ ନା ସିବିଆଇ । ଏମାନେ ଦୁଇ ଜଣ ଭାଇଭାଇ । ଉପରେ ବୁଝାମଣା ହୋଇଛି । ଓଡ଼ିଶାବାସୀ ଜାଣି ସାରିଲେଣି ତେଣୁ ସେମାନେ ଆଉ ଲୋକଙ୍କୁ ଭୁଆଁ ବୁଲାନ୍ତୁ ନାହିଁ । ପୂର୍ବରୁ ହୋଇଥିବା ଚିଟଫଣ୍ଡ ଓ ଖଣି ଦୁର୍ନୀତିରେ ସିବିଆଇ କ’ଣ କରିଛି ବୋଲି ପିସିସି ସଭାପତି ଶରତ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି ।